ନୂଆଦିଲ୍ଲୀ,୦୯/୧୨; ଆଉ କିଛି ଘଣ୍ଟାର ଅପେକ୍ଷା । କମ୍ପିବ କଟକ । ନୀଳ- ସବୁଜ ଜର୍ସିରେ ଉଛୁଳିବ ବାଟବାଟୀ । ୧୦ ମାସର ବ୍ୟବଧାନ ପରେ ବାଟବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଆଜି ଭାରତ ଦ.ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି । ନାଲି ମାଟି ପିଚ୍ରେ ହେବ ଲଢେଇ । ଟିମ ଇଣ୍ଡିଆର ଜଣେ ଖେଳାଳିଙ୍କୁ ଡରୁଛି ଦକ୍ଷିଣ ଆଫ୍ରିକା ଟିମ୍ । ଷ୍ଟାର ପ୍ଲେୟାର ଅଭିଷେକ ଶର୍ମାଙ୍କୁ ନେଇ ସାଉଥ ଆଫ୍ରିକା ଶିବିରରେ ଭୟ ରହିଛି । ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଏଡନ୍ ମାର୍କ୍ରମ ପ୍ରି-ମ୍ୟାଚ୍ ପିସିରେ କହିଛନ୍ତି, ଅଭିଷେକ ଶର୍ମାଙ୍କୁ ଶୀଘ୍ର ଆଉଟ୍ କରିବାକୁ ହେବ । ଆଇପିଏଲରୁ ମୁଁ ଜାଣିଛି ସେ ଜଣେ ମ୍ୟାଚ୍ ୱିନର୍ । ଯୁବ ଓପନର ଅଭିଷେକ ଶର୍ମାଙ୍କୁ ରୋକିବା ସହଜ ହେବ ନାହିଁ ।

ଭାରତ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ପୂର୍ବରୁ ଉଭୟ ଦଳର ଯୁବ ପ୍ରତିଭାଙ୍କୁ ଭରପୁର ପ୍ରଶଂସା କରିଛନ୍ତି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାରକ୍ରମ । ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଉଭୟ ଦଳରେ ଦ୍ରୁତ ବୋଲରଙ୍କ ସଂଖ୍ୟା କମ୍ ନୁହେଁ । ଦକ୍ଷିଣ ଆଫ୍ରିକା ଶିବିରରେ ଦ୍ରୁତ ବୋଲିଂ ଦିନକୁ ଦିନ ଶକ୍ତିଶାଳୀ ହେଉଛି । କିଛି ଦିନ ଧରି ଆଘାତ ଜନିତ ସମସ୍ୟାରେ ଜଡ଼ିତ ଥିବା ଆନରିଚ୍ ନର୍ଜ ଏବେ ସମ୍ପୂର୍ଣ୍ଣ ଫିଟ୍ । ବାରବାଟୀ ମୁକାବିଲାରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ । ଗତ ବିଶ୍ୱକପ୍ରେ ନର୍ଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ନୂଆ ବଲ୍ ନେବା ଦକ୍ଷିଣ ଆଫ୍ରିକା ବୋଲରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ଭାରତୀୟ ଦଳର ଯୁବ ଓପନର ଅଭିଷେକ ଶର୍ମାଙ୍କୁ ରୋକିବା ସହଜ ହେବ ନାହିଁ ବୋଲି ମାରକ୍ରମ କହିଛନ୍ତି ।

ସାଉଥ ଆଫ୍ରିକା ଅଧିନାୟକ ଆଡେନ ମାରକ୍ରମ ଆହୁରି ମଧ୍ୟ କହିଛନ୍ତି କି, କିଛି ଖେଳାଳି ଆକ୍ରମଣାତ୍ମକ ଭାବରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହାଁନ୍ତି । ଯଦି ସେମାନେ ଭଲ ପ୍ରଦର୍ଶନ କରନ୍ତି, ତେବେ ଦଳ ପ୍ରକୃତରେ ଏକ ଦୃଢ଼ ସ୍ଥିତିରେ ରହିଥାଏ । ଖେଳ ସେହି ଦିଗରେ ଗତି କରେ । ଭଲ ହୋଇଛି ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଟିମରେ ନାହାନ୍ତି । ତଥାପି ଭାରତୀ ଏକ ଶକ୍ତିଶାଳୀ ଟି-୨୦ ଟିମ୍ ।