ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବକୁ ମଞ୍ଜୁରୀ, ଆସନ ହରାଇବେ କି ଦକ୍ଷିଣ କୋରିଆ ରାଷ୍ଟ୍ରପତି ?

Published By : Prameya | December 14, 2024 3:28 PM

ନୂଆଦିଲ୍ଲୀ, ୧୪।୧୨: ଦକ୍ଷିଣ କୋରିଆର ଆଇନଜୀବୀ ଶନିବାର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତ ସପ୍ତାହରେ ରାଷ୍ଟ୍ରପତି ସାମରିକ ଆଇନ ଲାଗୁ କରିବାକୁ ଚେଷ୍ଟା କରିବାରେ ବିଫଳ ହେବା ପରେ ଏହି ମହାଅଭିଯୋଗ ପ୍ରସ୍ତାବକୁ ଲାଗୁ କରାଯାଇଥିଲା । ୩୪୦ ସାଂସଦଙ୍କ ମଧ୍ୟରୁ ୨୦୪ ଜଣ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପକ୍ଷରେ ଭୋଟେ ଦେଇଥିଲେ । ଅନ୍ୟ ୮୫ ଜଣ ଏହାକୁ ବିରୋଧ କରିଥିଲେ । ୩ ଜଣ ସାଂସଦ ଏଥିରୁ ନିବୃତ୍ତ ରହିଥିଲେ । ଏହି ଅବଧିରେ ୮ଟି ଭୋଟ୍ ଅମାନ୍ୟ ଘୋଷଣା କରାଯାଇଥିଲା । ମହାଅଭିଯୋଗ ଆରୋପରେ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ଓ ସାମ୍ୱିଧାନିକ କର୍ତ୍ତବ୍ୟ ଉଲଙ୍ଘନର ଅଭିଯୋଗ ହୋଇଛି । 

ଏହି ଘଟଣା ପରେ ଦକ୍ଷିଣ କୋରିଆ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ତାଙ୍କ ପ୍ରଶାସନର କ୍ଷମତାର ଅପବ୍ୟବହାର ତଥା ନାଗରିକ ସ୍ୱାଧୀନତାର ଉଲଙ୍ଘନକୁ ନେଇ ପ୍ରଶ୍ନ ଉଠିଛି । ମାର୍ଶଲ ଲ ଲାଗୁ ହେବା ପରେ ବିରୋଧୀ ଦଳଙ୍କୁ କଡ଼ା ବିରୋଧର ସାମନା କରିବାକୁ ପଡ଼ିଥିଲା । ବିରୋଧୀ ଦଳଙ୍କ କହିବାନୁସାରେ, ଏପରି ପରିସ୍ଥିତିରେ ଦେଶରେ ଏକଛତ୍ରବାଦ ଶାସନ ଉପୁଜିପାରେ । ତେବେ ବର୍ତ୍ତମାନ ଏହି ମାମଲା କୋର୍ଟକୁ ଯିବା ପରେ ଏହି ମହାଅଭିଯୋଗ ପ୍ରସ୍ତାବର ଶେଷ ନିଷ୍ପତ୍ତି ନିଆଯିବ । ଯାହା ପରେ ଦକ୍ଷିଣ କୋରିଆ ରାଜନୀତି ଏକ ନୂଆ ମୋଡ଼ ନେବ ବୋଲି ଅନୁମାନ କରାଯାଉଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.