ଖୋର୍ଦ୍ଧା, ୦୨/୧୦: ଜିଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ସହରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା। ଏହାକୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ଓ ଏସ୍ପି ବିବେକାନନ୍ଦ ଶର୍ମା ଏସପି ଅଫିସ ନିକଟରୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ବିଧାୟକ ପ୍ରଶାନ୍ତ ଜଗଦେବ ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା, ସ୍ବଦେଶୀ ଚିନ୍ତାଧାରାକୁ ଆପଣାଇବାକୁ ଏକତା ଦୌଡ଼ ହେଉଥିବା ପ୍ରକାଶ କରିଥିଲେ ।
ସେହିପରି ଏସପି ବିବେକାନନ୍ଦ ଶର୍ମା ଅଖଣ୍ଡ ଭାରତ ଭାବନାକୁ ସମ୍ମାନ ଜଣାଇବା ଆମ ଦେଶବାସୀଙ୍କ ଦାୟିତ୍ଵ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଅନାଦି ସେଠୀ, ଶ୍ରୀନିବାସ ମହାନ୍ତି, ଅବକାରୀ ବିଭାଗ ଅଧିକ୍ଷକ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଅନେକ ଯୁବକ ସାମିଲ ହୋଇଥିଲେ ।