ନୂଆଦିଲ୍ଲୀ,୨୦/୧୨: ସାଂସଦ କରୁଥିଲେ ବିଜୁଳି ଚୋରି । ଫାଇନ୍ ପକାଇଲା ବିଦ୍ୟୁତ ବିଭାଗ । ଗଣିବେ ୧ କୋଟି ୯୧ ଲକ୍ଷ ଟଙ୍କା ଫାଇନ୍ । ସାଂସଦଙ୍କ ସମ୍ପତ୍ତି ଯେତିକି ନୁହେଁ ସେତିକି ଗଣିବେ ଜରିମାନା । ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଚକିତ କଲେ ବି କଥାଟି ସତ । ସମାଜବାଦୀ ପାର୍ଟି ସାଂସଦଙ୍କ ନାମରେ ବିଦ୍ୟୁତ ଚୋରି ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ସମ୍ଭଲରୁ ସପା ସାଂସଦ ଥିବା ଜିୟା ଉର ରେହମାନଙ୍କ ନାମରେ ବିଦ୍ୟୁତ ଚୋରି ଅଭିଯୋଗରେ ୧.୯୧ କୋଟି ଟଙ୍କା ଫାଇନ ପଡିଛି ।

ଘରେ ଅତ୍ୟାଧୁନିକ ଇଲେକ୍ଟ୍ରି ସରଞ୍ଜାମ ରହିଛି ।  ଟିଭି, ୨ଟି ଫ୍ରିଜ, ୩ଟିଏସି, ଫ୍ୟାନ, ୫୦ ଏଲଇଟି ବଲବ, ୨୪ ଘଣ୍ଟା ଜଳୁଛି ହେଲେ ମିଟର ରିଡିଂ ଜିରୋ ।  ସମାଜବାଦୀ ପାର୍ଟି ସାଂସଦ ଜିୟା ଉର ରେହମାନଙ୍କ ନାମରେ ବିଦ୍ୟୁତ ଚୋରି ଅଭିଯୋଗ ଆଣି ମାମଲା ରୁଜ୍ଜୁ କରିଛି ବିଦ୍ୟୁତ ବିଭାଗ । ଖାଲି ସେିତି ନୁହେଁ ତାଙ୍କ ଘରୁ ବିଜୁଳି କାଟିଦେବା ସହ ତାଙ୍କ ନାମରେ ୧.୯୧ କୋଟି ଟଙ୍କା ଫାଇନ ପଡିଛି । ସାଂସଦଙ୍କ ମିଟର ରିଡିଂ ଜିରୋ ଆସିବା ପରେ ପ୍ରଶାସନ ଏହି ଆକ୍ସନ ନେଇଛି । ସାଂସଦ ଜିୟା ଉର ରେହମାନଙ୍କୁ ନୋଟିସ ପଠାଇଛି ବିଭାଗ ।

ଘଟଣାକୁ ନେଇ ଏସଡିଓ ସନ୍ତୋଷ ତ୍ରିପାଠୀ କହିଛନ୍ତି,ସମ୍ବଲରେ ଗତକାଲି (ଗୁରୁବାର) ବିଦ୍ୟୁତ ବିଭାଗର ଏକ ଟିମ୍ ପୋଲିସ ଫୋର୍ସ ସହିତ ସପା ସାଂସଦ ଜିୟା ଉର ରେହମାନଙ୍କ ଘରେ ପହଞ୍ଚିଥିଲା । ଯାଞ୍ଚ ଆରମ୍ଭ କରିଥିଲା । ଏହି ତଦନ୍ତ ବିଜୁଳି ଓ ନୂଆ ସ୍ମାର୍ଟ ମିଟର ରିଡିଂ ନେଇ ହେଉଥିଲା । ଯାଞ୍ଚରେ ଯାହା ମିଳିଲା ତାହା ସମସ୍ତଙ୍କୁ ତାଜୁବ କରିଥିଲା । ସାଂସଦଙ୍କ ଘରେ ଲାଗିଥିବା ୨ଟି ମିଟର ଟାମ୍ପରିଂ ପ୍ରମାଣ ମିଳିଥିଲା । ସାଂସଦଙ୍କ ନାମରେ ୧୩୫ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି । 

ପୂର୍ବରୁ ବିଦ୍ୟୁତ ବିଭାଗ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ସିଲ କରିଥିଲା । ତାହାକୁ ଯାଞ୍ଚ ପାଇଁ ପଠାଯାଇଛି । ବର୍ଷ ବର୍ଷ ଧରି ମିଟର ରିଡିଂ ଜିରୋ ଥିବା ଜଣାପଡିଥିଲା । କେବଳ ସାଂସଦ ନୁହଁନ୍ତି ତାଙ୍କ ବାପାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଡିଟ୍ୟୁରେ ଯାଉଥିବା ଅଧିକାରୀଙ୍କୁ ସାଂସଦଙ୍କ ବାପା ଧମକାଇବା ଅଭିଯୋଗ ରହିଛି । ଜଣେ ସାଂସଦ ହୋଇ ଏପରି କେମିତି କଲେ ବୋଲି ତାକୁ ଚର୍ଚ୍ଚା ହେଉଛି ।