ପୁରୀ,୧୯/୧୦: ସୋମବାର ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।
ତେବେ ସୁରକ୍ଷା ଦାୟିତ୍ୱରେ ୨୮ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୪ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ। ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ୪ଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା ହୋଇଛି । ଭୋର ୪ଟାରୁ ରାତି ୧୦ଟା ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ମାର୍କେଟ ଛକ ଠାରୁ ନୋ-ଭେହିକିଲ ଜୋନ୍ କରାଯାଇଛି । ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।