ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗୋଡ଼େଇ ଗୋଡ଼େଇ ଚୋରା କୋଇଲା ଗାଡ଼ି ଧରିଲେ ଏସପି, ୨ ପିକଅପ୍ ଭ୍ୟାନ ଜବତ

Published By : Harapriya Sethi | November 18, 2024 8:32 AM

ଭଦ୍ରକ,୧୮/୧୧: ଜିଲ୍ଲାରେ ଅପରାଧିକ କାର୍ଯ୍ୟରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି ଭଦ୍ରକ ପୋଲିସ । ଚୋରା କୋଇଲା କାରବାର ରୋକିବା ପାଇଁ ନମ୍ୱର୍ ଜାରି ପରେ ଏସପିଙ୍କ ରେଡ୍‌ । ରାତି ତମାମ ଚୋରା ବେପାରୀଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲେ ଏସପି । ଏସପିଙ୍କ ମୋବାଇଲ୍ ନମ୍ୱର୍ ଜାରି ପରେ ଆସିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଛି । 

ସୂଚନା ମୁତାବକ, ଭଦ୍ରକରେ କୋଇଲା ଚୋରି ରୋକିବା ପାଇଁ ଏସପିଙ୍କ ସ୍ବତନ୍ତ୍ର ଅଭିଯାନ । ଚୋରା କାରବାର ନେଇ ସୂଚନା ପାଇଁ ଭଦ୍ରକ ଏସପି ମଡକର ସନ୍ଦୀପ ସମ୍ପଦ ନିଜ ମୋବାଇଲ୍ ନମ୍ୱର ଜାରି କରିବା ସହ ସାଧାରଣ ଲୋକଙ୍କ ସହଯୋଗ ମାଗିଥିଲେ । ଏହି ନମ୍ବର ସହାୟତାରେ ଯେକୌଣସି ଲୋକ ଚୋରା କୋଇଲା, ଗୋ ଚାଲାଣ ସହ ଅପରାଧିକ କାର୍ଯ୍ୟ କଳାପ ସଂପର୍କିତ ସୂଚନା ପୋଲିସକୁ ଦେଇପାରିବେ ବୋଲି ସୂଚନା ଦେଇଥିଲେ ।

ତେବେ ଏହି ନମ୍ବର ଜାରି ହେବା ପରେ ସୂଚନା ଆଧାରରେ ଏସପିଙ୍କ ନେତୃତ୍ବରେ ପିରାହାଟ ଓ ଘଣ୍ଟେଶ୍ବର ଅଞ୍ଚଳରେ ରେଡ୍‌ କରିଥିଲା ପୋଲିସ । ଖୋଦ୍ ଏସପି ଏହି ରେଡରେ ସାମିଲ ଥିଲେ । ଏହି ଚଢାଉରେ ୨ ଟି ପିକଅପ୍ ଭ୍ୟାନ ସହ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ପ୍ରାୟ ୮ ହଜାର କିଲୋରୁ ଅଧିକ ପରିମାଣର କୋଇଲା ଜବତ ହୋଇଥିଲା ।  ପରେ ଏସପିଙ୍କ ନିର୍ଦ୍ଦେଶରେ ପିରହାଟ ଓ ବାଂଶଡ଼ା ଥାନାରେ ୨ ଟି ମାମଲା ରୁଜ ହୋଇଥିବା ପୋଲିସ ସୂଚନା ଦେଇଛି ।

ଜିଲ୍ଲାର କୌଣସି ଅଞ୍ଚଳରେ ଏପରି ବେଆଇନ କାର୍ଯ୍ୟ ହେଉଥିଲେ ଏହି ୯୪୩୮୯୧୬୩୭୦ ମୋବାଇଲ ନମ୍ବରରେ ପୋଲିସକୁ ସୂଚନା ଦେଇପାରିବେ ବୋଲି ଏସପି କହିଥିଲେ । ସୂଚନା ଦେଇଥିବା ବ୍ୟକ୍ତିଙ୍କ ତଥ୍ୟ ଗୋପନ ରହିବ ବୋଲି ପୋଲିସ କହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.