ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏଲନ ମସ୍କଙ୍କ ସ୍ପେସଏକ୍ସ ସହ ଇସ୍ରୋର ବଡ଼ ଡିଲ୍ , ଏକାଠି ଜିସାଟ୍-୨୦ର କରିବେ ଲଞ୍ଚିଂ

Published By : Prameya | November 16, 2024 4:13 PM

ନୂଆଦିଲ୍ଲୀ : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ( ଇସ୍ରୋ) ସହ ବଡ଼ ଡିଲ୍ କରିଛି। ଉଭୟ ମିଶି ଜିସାଟ୍-୨୦ କମ୍ୟୁନିକେସନ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛନ୍ତି। ଆଗାମୀ ସପ୍ତାହରେ ସ୍ପେସଏକ୍ସର ଫାଲକମ୍-୯ ରକେଟ୍‌ର ଲଞ୍ଚିଂ ହୋଇ ପାରେ। ପ୍ରଥମ ଥର ଯେବେ ଇସ୍ରୋ ଓ ସ୍ପେସଏକ୍ସ ପରସ୍ପରର ସହଯୋଗରେ ଏହିପରି ଲଞ୍ଚିଂ କରୁଛନ୍ତି।

କହି ରଖୁଛୁ କି, ଏହି ଡିଲ୍ ଏଥିପାଇଁ ମଧ୍ୟ ଖାସ୍ , କାରଣ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କ ଖାସ୍ ବନ୍ଧୁ। ସେ ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏହାପରେ ଏହି ଡିଲ୍‌କୁ ମଧ୍ୟ ଅନ୍ତିମ ରୂପ ମିଳିଛି।

ଜିସାଟ୍-୨୦ ସାଟେଲାଇଟ୍ ୪୭୦୦ କିଲୋର ରହିଛି ଏବଂ ଭାରତର ରକେଟ୍ ପାଇଁ ଏହାକୁ ନେବା ଖୁବ୍ ମୁସ୍କିଲ। ଏଥିରେ ଏହି ଲଞ୍ଚିଂ ପାଇଁ ସ୍ପେସଏକ୍ସର ସାହାରା ନିଆ ଯାଉଛି। ଏହି ଲଞ୍ଚିଂ ଆମେରିକା କେପ୍ କେନାୱରାଲରୁ ହେବ। ଏହି ସାଟେଲାଇଟ୍ ଆଗାମୀ ୧୪ ବର୍ଷ ଯାଏ କାମ କରିବ।

ଏହା ପୂର୍ବରୁ ଲଞ୍ଚିଂ ସର୍ଭିସ୍ ପାଇଁ ଇସ୍ରୋ ଫ୍ରାନ୍ସର କମର୍ଶଲ ଲଞ୍ଚ କମ୍ପାନୀର ସାହାରା ନେଉ ଥିଲା। ହେଭି ସାଟେଲାଇଟ୍ସର ଲଞ୍ଚିଂ ପାଇଁ ଏହାର ଆବଶ୍ୟକ ପଡ଼ୁଥିଲା। ହେଲେ କମ୍ପାନୀ ପାଖରେ ଏବେ କିଛି ବି ଅପରେସନାଲ ରକେଟ୍ ନାହିଁ। ୟୁକ୍ରେନ ସହ ଚାଲୁଥିବା ସଂଘର୍ଷ ମଧ୍ୟରେ ରୁଷ୍ ଲଞ୍ଚିଂ କରି ପାରୁନାହିଁ। ଏଥିରେ ସ୍ପେସ୍ଏକ୍ସ ଫାଇଦା ମଧ୍ୟ ଉଠାଉଛି। ଏହି ସାଟେଲାଇଟ୍ ପୂରା ଭାରତରେ ସେବା ଦେବ। ରିମୋଟ୍ ଅଞ୍ଚଳରେ ଇଣ୍ଟରନେଟ୍ ପାଇଁ ସାଟେଲାଇଟ୍ ଉପଲବ୍ଧ ରହିବ।

ଇସ୍ରୋର ଚେୟାରମ୍ୟାନ ରାଧାକୃଷ୍ଣନ ଦୁରାଇରାଜ କହିଛନ୍ତି , ଏହି ଲଞ୍ଚିଂର ପାଖାପାଖି ମୂଲ୍ୟ ୬୦ରୁ ୭୦ ମିଲିୟନ ଡଲାର। କହି ରଖୁଛୁ କି , କମ୍ ଦାମରେ ଲଞ୍ଚିଂର ମାମଲାରେ ଭାରତ ଓ ସେସ୍ପଏକ୍ସର ପ୍ରତିଯୋଗିତା ମଧ୍ୟ ଚାଲୁଛି। ସେଠାରେ ଏଲନ ମସ୍କ ଏହା ବି ଚାହାନ୍ତି କି ଭାରତରେ ତାଙ୍କର ସ୍ପେସଏକ୍ସ ଷ୍ଟାରଲିଙ୍କ୍ ସାଟେଲାଇଟ୍ ସର୍ଭିସ୍ର ବ୍ୟବହାରକୁ ମଧ୍ୟ ମଞ୍ଜୁରୀ ମିଳି ଯାଉ। ଏବେ ସୁରକ୍ଷା କାରଣରୁ ଭାରତରେ ଏହାକୁ ଅନୁମତି ମିଳି ନାହିଁ । ଭାରତ ମହାକାଶଯାତ୍ରୀଙ୍କୁ ଆଇଏସଏସ ଯାଏ ପଠାଇବା ପାଇଁ ମଧ୍ୟ ସ୍ପେସଏକ୍ସ ସହ ଡିଲ୍ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.