ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟକୁ ଆସିଲା ସ୍ଵତନ୍ତ୍ର ବୁଲେଟ୍‌, ନିଆଁ ଲିଭାଇବାରେ ହେବ ନିୟୋଜିତ

Published By : Rasmita Pradhan | November 6, 2024 1:39 PM

ଛତ୍ରପୁର, ୦୬/୧୧ : ବର୍ତ୍ତମାନ ବୁଲେଟ୍‌ ଅର୍ଥାତ ଦୁଇଚକିଆ ଗାଡି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବ। ଗଞ୍ଜାମ ଜିଲ୍ଲାକୁ ପ୍ରଥମ କରି ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟକୁ ଆସିଛି ଏଭଳି ସ୍ୱତନ୍ତ୍ର ବୁଲେଟ୍‌ ଯାହା ଅଗ୍ନିଶମ କାର୍ଯ୍ୟରେ ନିୟୋଜିତ ହେବ । ଉକ୍ତ ଗାଡି ଏଣିକି ନିଆଁ ଲିଭାଇବାରେ ନିୟୋଜିତ ହେବ । ଉକ୍ତ ଗାଡ଼ିରେ ରହିଛି ୩୦ ଲିଟର ପାଣି ଗଛିତ ରହୁଥିବା ଏକ ଟାଙ୍କି । ଏଥିସହ ଏକ ଗ୍ୟାସ୍‌ ଟାଙ୍କି, ସାଇରନ୍‌ ଆଦି ରହିଛି । 

ବଡ଼ ଅଗ୍ନିଶମ ଗାଡ଼ିରେ ଯେପରି ଉପର ଭାଗରେ ନାଲି ରଙ୍ଗର ଲାଇଟ୍‌ ଥାଏ, ବୁଲେଟରେ ମଧ୍ୟ ସମ୍ମୁଖ ଭାଗର ଦୁଇ ପାର୍ଶ୍ୱରେ ଦୁଇଟି ଲେଖାଏଁ ନାଲି ଓ ନୀଳ ରଙ୍ଗର ଲାଇଟ୍‌ ରହିଛି । ସହରର ସଂକୀର୍ଣ୍ଣ ଗଳିରେ ଅଗ୍ନିକାଣ୍ଡ ଘଟିଲେ ହଠାତ ବଡ ଗାଡି ସେଠାକୁ ଯାଇପାରେନି । ଏଭଳି କ୍ଷେତ୍ରରେ ଏହି ଗାଡି ସେଠାରେ ତୁରନ୍ତ ପହଞ୍ଚି ନିଆଁ ଲିଭାଇବାରେ ସହାୟକ ହେବ । ୧୧୨ ଜରୁରୀକାଳିନ ନମ୍ବରକୁ କଲ୍‌ କଲେ ଆବଶ୍ୟକସ୍ଥଳେ ଏହି ବୁଲେଟ୍‌ ନିଆଁ ଲିଭାଇବାରେ ନିୟୋଜିତ ହେବ ବୋଲି କହିଛନ୍ତି ଛତ୍ରପୁର ଅଗ୍ନିଶମ କେନ୍ଦ୍ର ଅଧିକାରୀ ଧନଞ୍ଜୟ ମଲ୍ଲିକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.