ହରଭଙ୍ଗା,୭।୩ : ବୌଦ୍ଧ ଜିଲ୍ଲାର ଉପାନ୍ତ ମାରଡାବାସୀଙ୍କ ବିସ୍ଥାପିତ ପାଇଁ ସ୍ବତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଛି। ବିସ୍ଥାପିତ ସକାଶେ ଉକ୍ତ ଗ୍ରାମବାସୀ ଙ୍କୁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଦେବା ନେଇ ଶନିବାର ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ସଭାପତିତ୍ୱରେ ପଲ୍ଲୀସଭା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l

ଭୌଗଳିକ ଦୃଷ୍ଟି କୋଣରୁ ବୌଦ୍ଧ ଜିଲ୍ଲାର ମାରଡ଼ା ପୂର୍ବ ଦିଗରେ ନୟାଗଡ଼ ସୀମାନ୍ତରେ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ l ଅମଳରୁ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ଅଧୀନରେ ଥିବା ମାରଡ଼ାରେ ପ୍ରାୟ ୩୫ ଆଦିମ ଅଧିବାସୀ ପରିବାର ବସବାସ କରୁଛନ୍ତି l ସମସ୍ତ ସୁବିଧା ଥିବା କୁସଙ୍ଗ ଠାରୁ ଜଙ୍ଗଲ ମଧ୍ୟରେ ପ୍ରାୟ ୧୮ କିଲୋମିଟର ଗଲେ ପଡେ ଏହି ମାରଡ଼ା l ଟିକିଏ ବର୍ଷାରେ ବାଟ ଓଗାଲେ ଉଦଣ୍ଡି ନାଳ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସବୁଠୁ ଦୂରରେ ଏହି ମାରଡ଼ା ବାସୀ l

ବନ୍ୟପ୍ରାଣୀ ଆଇନ ଅନୁଯାଇ ଗ୍ରାମକୁ ବିସ୍ଥାପିତ କରିବା ପାଇଁ ବହୁ ଚେଷ୍ଟା କରାଯାଇଥିଲା l ବିସ୍ଥାପିତ ସକାଶେ ଉକ୍ତ ଗ୍ରାମବାସୀଙ୍କୁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଦେବା ନେଇ ସରକାରୀ ନୀତି ନିୟମ କୁ ନେଇ ରେଞ୍ଜ ପକ୍ଷରୁ ଶନିବାର ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ସଭାପତିତ୍ୱରେ ପଲ୍ଲୀ ସଭା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ଛତ୍ରଙ୍ଗ ରାଜସ୍ବ ନିରୀକ୍ଷକ ପଙ୍କଜ କହଁର, ଅତଲସରା ୱାର୍ଡ ସଭ୍ୟ ବାସୁଦେବ ନାଏକ ସମେତ ବନ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ବିସ୍ଥାପିତ ଉପରେ ଆଲୋଚନା କରିଥିଲେ l ଗ୍ରାମବାସୀ ନିଜ ବିସ୍ଥାପିତ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ l ପ୍ରଥମେ ପ୍ରତି ପରିବାର କୁ ୪୦ଲକ୍ଷ, ଘର ପଟା, ଚାଷ ଜମି, ସ୍କୁଲ, ପାନୀୟଜଳ ଓ ବିଦ୍ୟୁତ, ପୋଖରୀ, ସହିତ ଆବଶ୍ୟକୀୟ ସରକାରୀ ସୁବିଧା ଦାବି କରିଛନ୍ତି l ଏହି ଦାବି ଗୁଡିକ ପୁରଣ ହେଲେ ସେମାନେ ଅନ୍ୟତ୍ର ବିସ୍ଥାପିତ ହେବେ ବୋଲି ମତ ଦେଇଥିବା ଦେଖିବାକୁ ମିଳିଛି l ଏହି ପଲ୍ଲୀ ସଭାରେ ବନ୍ୟ ପ୍ରାଣୀ ବିଭାଗ ର ସୀତାଲପାଣି ବନପାଳ ସଞ୍ଜୟ ରାଉତ, ପୁଷ୍ପାଞ୍ଜଳି ପ୍ରଧାନ, ବନପାଳ ଅଶୋକ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ l