ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ପୋର୍ଟସ ଲଗଅନ ପୁରସ୍କାର ୨୦୨୪ ବିଜେତାଙ୍କ ନାମ ଘୋଷିତ

Published By : Gurupada Nath | October 8, 2024 4:08 PM

ଭୁବନେଶ୍ବର, ୮/୧୦ : ସ୍ପୋର୍ଟସ ଲଗଅନ୍ ପୁରସ୍କାର ୨୦୨୪ ବର୍ଷ ପାଇଁ ନାମ ଘୋଷିତ ହୋଇଛି । ପ୍ରତିବର୍ଷ ୫ଟି ବର୍ଗରେ  ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯାଉଛି । ସେହି ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି କୁମୁଦିନୀ ମିଶ୍ର କ୍ରୀଡା ପ୍ରତିଭା ପୁରସ୍କାର। ଏହି ପୁରସ୍କାର ପାଇବା ଓଡିଶା ସନ୍ତରଣର ଭବିଷ୍ୟତ ମୋଷ୍ଟ ଟ୍ୟାଲେଣ୍ଟଡ ସୁଇମର୍ ମନତା ମିଶ୍ର । ଏହି ପୁରସ୍କାର ବାବଦକୁ  ୧୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ।

ସେହିପରି ସ୍ପୋର୍ଟସ ଲଗଅନ ଉଦିୟମାନ କ୍ରୀଡାବିତ ଭାବେ ପୁରସ୍କାର ପାଇବେ ପାରାଆଥଲେଟ ସୁଚିତ୍ରା ପରିଡ଼ା। ସୁଚିତ୍ରା ୱିଲ ଚେୟାରରେ ବସି ଓଡିଶା ପାଇଁ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗତାରେ ପଦକ ଜିଣିଛନ୍ତି। ୨୦୨୩ ଓ ୨୪ବର୍ଷର ସ୍ପୋର୍ଟସ ଲଗଅନ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପାଇବେ ଆଲିମ୍ପିଆନ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନା । ସ୍ପୋର୍ଟସ ଲଗଅନ କୋଚ୍ ପୁରସ୍କାର ପାଇବେ ଶୁଭେନ୍ଦୁ ପଣ୍ଡା । ଓଡିଶା ଫୁଟବଲର ଚିତ୍ର ବଦଳାଇଥିବା ଏବଂ ଭାରତୀୟ ଜୁନିଅର ଫୁଟବଲ୍ ଦଳର କୋଚ୍ ଭାବେ ସଫଳତା ଆଣିଛନ୍ତି । ସ୍ପୋର୍ଟସ ଲଗଅନ ପ୍ଲେୟାର ଅଫ ଦି ବାଏଗନ୍ ଏରା ପୁରସ୍କାର ପାଇବେ ଓଡିଶାର ପୂର୍ବତନ ଭଲିବଲ ଖେଳାଳି ଦୁଃଖୀଶ୍ୟାମ ମଲ୍ଲିକ ।  

ଏହି ଉପର ଲିଖିତ ୪କ୍ରୀଡାବିତଙ୍କୁ ୨୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ସ୍ପୋର୍ଟସ ଲଗଅନ ପୁରସ୍କାର ଜୁରୀ କମିଟିରେ  କ୍ରୀଡା ସାମ୍ୱାଦିକ ତନ୍ମୟ ଦାସ,  ବରିଷ୍ଠ ସାମ୍ବାଦିକ ଦୁର୍ଗାଶିଶ, ପୂର୍ବତନ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସମୀକ୍ଷା ପଟନାୟକ ଏବଂ ଆନ୍ତର୍ଜାତିକ କ୍ରୀଡାବିତ ଅମିୟ ମଲ୍ଲିକ, ଆଲମ୍ପିଆନ ଲାଜରୁସ ବାର୍ଲା ଏବଂ ଦେବାଶିଷ ଗୌଡଙ୍କ ଉପସ୍ଥିତିରେ ଏହି ପୁରସ୍କାର ବିଜେତାଙ୍କ ନାମ ଚୟନ ହୋଇଥିଲା। ୨୦୧୦ମସିହାରୁ ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା। କରୋନା ଆସିବା ବର୍ଷ ଠାରୁ ପ୍ରାୟ ୪ବର୍ଷ ପୁରସ୍କାର ପ୍ରଦାନ ବନ୍ଦ ରହିଥିଲା। ଦୀର୍ଘ ୪ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏହି ବର୍ଷ ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.