କଳାହାଣ୍ଡି,୨୦/୦୫: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବର ଗିରଫ । ଆଜି ତାଙ୍କୁ ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ । ଏଥିସହ ଓଡିଶା ଭିଜିଲାନ୍ସ ତାଙ୍କର ୮୩ ଏକର ଜମି ସହିତ ସ୍ଥାବର/ଅସ୍ଥାବର ସମ୍ପତ୍ତିକୁ ଉଚ୍ଛେଦ କରିଛି ।
ଆହୁରି ପଢନ୍ତୁ- Vigilance Raid: କଳା ସମ୍ପତ୍ତି ଠୁଳ କରି ଧରାପଡ଼ିଲେ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍
ଓଡିଶା ଭିଜାଲାନ୍ସର ଚଢାଉ ସମୟରେ ଭୁବନେଶ୍ୱର ଶବରଙ୍କ ପାଖରେ ୫ଟି କୋଠା , ୮୩ ଏକର ଜମି , ୧୭ ଏକର ପରିମିତ ୨ଟି ଫାର୍ମ ହାଉସ୍, ୮ଟି କ୍ୟାବିନ୍ ସହିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି ପରିସୀମାଠାରୁ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି। ଯାହାକୁ ସେ ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରି ନଥିଲେ । ଭୁବନେଶ୍ୱରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନଂ. ୦୭/୨୦୨୬ ରୁଜୁ କରାଯାଇଛି। ପ୍ରକାଶ ଥାଉକି, ଗତକାଲି ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।ଚଢାଉ ସମୟରେ ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।