ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଶ୍ରୀଜିଉଙ୍କ ସ୍ଵତନ୍ତ୍ର ବଡ଼ସିଂହାର ବେଶ; ଭକ୍ତଙ୍କ ମନ ମୋହିଲା କୁନି କଳାକାରଙ୍କ ଦେବଦାସୀ ନୃତ୍ୟ

Published By : Anindita Ratha | July 3, 2025 9:15 AM

ଖଲ୍ଲିକୋଟ,୦୩/୦୭: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ସ୍ଵତନ୍ତ୍ର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ ଟା ସମୟର ଚତୁର୍ଦ୍ଧମୂର୍ତ୍ତିଙ୍କ ସ୍ଵତନ୍ତ୍ର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିବା ବେଳେ  ଏହି ଦୁର୍ଲଭ ବେଶକୁ ଦର୍ଶନ କରିଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଅନ୍ୟପଟେ ଭକ୍ତଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା ।

ମହାବାହୁଙ୍କ ସ୍ବତନ୍ତ୍ର ବଡ଼ସିଂହାର ବେଶ ପରେ ମନ୍ଦିର ଭିତରେ ଖଲ୍ଲିକୋଟର କୁନି କଳାକାର କ୍ରିପାଲିନ ଆଚାର୍ଯ୍ୟଙ୍କ 'ହେ ରାଧା ଇଶ' ଗୀତରେ ଦେବଦାସୀ ନୃତ୍ୟ ପରିବେଷଣ କରିଥିଲେ । ଏହି କୁନି କଳାକାରଙ୍କ ନୃତ୍ୟୁ ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଭଜନ କୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.