ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତାବ, ଅପରାହ୍ଣ ସାଢ଼େ ୩ଟାରେ ରଥଟଣା

Published By : Prameya | March 27, 2025 11:29 AM

ଭୁବନେଶ୍ୱର,୨୭/୦୩: ଆସନ୍ତା  ମାସ ୫ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ  ରୁକୁଣା ରଥ ଯାତ୍ରା ଓ ୯ ତାରିଖରେ  ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ  ଏହି ମହାନ ପରମ୍ପରା ନିମନ୍ତେ ବୁଧବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ସେବାୟତ  ପ୍ରତିନିଧିମାନଙ୍କ ଉପସ୍ଥିତିରେ ନୀତି ନିର୍ଘଣ୍ଟ ପ୍ରସ୍ତାବ ରଖାଯାଇଛି । 

ପ୍ରସ୍ତବ ଅନୁଯାୟୀ ଭୋର  ୫ଟାରୁ ସାଢେ ୫ଟା ମଧ୍ୟରେ ମଙ୍ଗଳ ଆଳତୀ  ଓ ଅବକାଶ, ସକାଳ ସାଢେ ୫ଟାରୁ ସାଢେ  ୬ଟା ମଧ୍ୟରେ ସାହାଣମେଲା ଦର୍ଶନ, ଛାମୁ  ପରିସ୍କାର ସକାଳ ୭ଟା, ସୂର୍ଯ୍ୟପୂଜା ୮ଟା,  ବହ୍ଲଭ ଓ ସକାଳଧୂପ ସକାଳ ୮ଟାରୁ ୯ଟା  ୧୫, ଭୁବନେଶ୍ୱରୀଙ୍କ ସକାଳ ଧୂପ ୯ଟା୪୫  ମଧ୍ୟେ, ଭୋଗ ମଣ୍ଡପ ୧୦ଟା ୪୫, ବେଶ  ଦିନ ୧୨ଟା, ଯାତ୍ରା ପୂଜା ସାଢେ ୧୨ଟା, ପହଣ୍ଡି  ସାଢେ ୧୨ରୁ ଦେଢଟା, ରଥରେ ପୂଜା ଅପରାହ୍ଣ  ସାଢେ ୩ଟା ଯାଏ ହେବ । ପରେ ସାଢେ  ୩ଟାରେ ରଥ ଟଣା ଆରମ୍ଭ ହେବ । ରାମେଶ୍ୱର  ମନ୍ଦିରକୁ ବିଜେ ସନ୍ଧ୍ୟା ସାଢେ ୭ଟାରେ ହେବ ।  

ସେହିପରି ବାହୁଡାରେ ସକାଳ ସାଢେ୬ଟା  ସୁଦ୍ଧା ମଙ୍ଗଳ ଆଳତୀ ଓ ଅବକାଶ ନୀତି  କରାଯାଇ ଅନ୍ୟାନ୍ୟ ନୀତି ଦିନ ସାଢେ ଗୋଟାଏ ମଧ୍ୟରେ ଶେଷ ହେବ । ସାଢେ ଗୋଟାଏରୁ  ୩ଟା ମଧ୍ୟରେ ପହଣ୍ଡି କରାଯାଇ ଅପରାହ୍ନ ଠିକ୍‌  ସାଢେ ୩ଟାରେ ରଥ ଟଣାଯିବ । ପ୍ରସ୍ତାବିତ ନୀତି  ନିର୍ଘଣ୍ଟ ଟ୍ରଷ୍ଟବୋର୍ଡର ଅନୁମୋଦନ ନିମନ୍ତେ  ପଠାଯିବ । ନେତ୍ର ଉତ୍ସବରେ ରଥ ପ୍ରତିଷ୍ଠା  ନୀତି ଠିକଣା ସମୟରେ ଓ ରଥଯାତ୍ରା ସଅଳ ହେବ ବୋଲି ନିଷ୍ପତ୍ତି ହୋଇଛି । ମନ୍ଦିର କାର୍ଯ୍ୟ  ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ  ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ବିଭିନ୍ନ ନିଯୋଗର ସେବାୟତ  ପ୍ରତିନିଧି ଓ କାର୍ଯ୍ୟାଳୟ କର୍ମଚାରୀମାନେ  ଉପସ୍ଥିତ ଥିଲେ । ମାତ୍ର ବଡ଼ୁ ନିଯୋଗର କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.