ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ

Published By : Prameya | May 11, 2025 8:16 AM

ପୁରୀ,୧୧/୦୫: ଆଜି ବଡ଼ଦେଉଳରେ ପାଳନ ହେବ ଶ୍ରୀନୃସିଂହ ଦେବଙ୍କ ଜନ୍ମ  ନୀତି । ଏହି ଅବସରରେ ପୂଜାପଣ୍ଡା  ସେବକ ଠାକୁରଙ୍କ ଆଜ୍ଞାମାଳ  ନେଇ ଚକ୍ରତୀର୍ଥ ରୋଡ଼ସ୍ଥିତ ଚକ୍ର  ନାରାୟଣଙ୍କୁ ପ୍ରଦାନ କରିବେ ।  ଶ୍ରୀମନ୍ଦିରରେ ନୃସିଂହ ଦେବ  ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ  ହେବେ । ଶ୍ରୀନୃସିଂହଙ୍କ ମନ୍ଦିରରେ  ପତିମହାପାତ୍ରେ ପୂଜାରେ  ବସିବେ । ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ  ଅର୍ପଣ କରାଯିବ । ପରେ ଶ୍ରୀନୃସିଂହ  ଠାକୁର ବିମାନରେ ବିଜେ ହୋଇ  ଜଗନ୍ନାଥ ବଲ୍ଲଭ ମଠ ଯାତ୍ରା  କରିବେ। ସେଠାରେ ଭୋଗ ଓ  ବନ୍ଦାପନା ନୀତି ବଢ଼ି ନୃସିଂହ  ଦେବ ଶ୍ରୀମନ୍ଦିରକୁ ଫେରିବେ ।  ଏହି ଅବସରରେ ମାର୍କଣ୍ଡେଶ୍ୱର  ସାହିଆ ମାନେ ଠାକୁରଙ୍କ ନୀତିରେ  ସାମିଲ ହେବାର ପରମ୍ପରା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.