ପୁରୀ,୧୧/୦୫: ଆଜି ବଡ଼ଦେଉଳରେ ପାଳନ ହେବ ଶ୍ରୀନୃସିଂହ ଦେବଙ୍କ ଜନ୍ମ  ନୀତି । ଏହି ଅବସରରେ ପୂଜାପଣ୍ଡା  ସେବକ ଠାକୁରଙ୍କ ଆଜ୍ଞାମାଳ  ନେଇ ଚକ୍ରତୀର୍ଥ ରୋଡ଼ସ୍ଥିତ ଚକ୍ର  ନାରାୟଣଙ୍କୁ ପ୍ରଦାନ କରିବେ ।  ଶ୍ରୀମନ୍ଦିରରେ ନୃସିଂହ ଦେବ  ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ  ହେବେ । ଶ୍ରୀନୃସିଂହଙ୍କ ମନ୍ଦିରରେ  ପତିମହାପାତ୍ରେ ପୂଜାରେ  ବସିବେ । ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ  ଅର୍ପଣ କରାଯିବ । ପରେ ଶ୍ରୀନୃସିଂହ  ଠାକୁର ବିମାନରେ ବିଜେ ହୋଇ  ଜଗନ୍ନାଥ ବଲ୍ଲଭ ମଠ ଯାତ୍ରା  କରିବେ। ସେଠାରେ ଭୋଗ ଓ  ବନ୍ଦାପନା ନୀତି ବଢ଼ି ନୃସିଂହ  ଦେବ ଶ୍ରୀମନ୍ଦିରକୁ ଫେରିବେ ।  ଏହି ଅବସରରେ ମାର୍କଣ୍ଡେଶ୍ୱର  ସାହିଆ ମାନେ ଠାକୁରଙ୍କ ନୀତିରେ  ସାମିଲ ହେବାର ପରମ୍ପରା ରହିଛି ।