ପ୍ରମୂଖ ଖବର
  • ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ପୁଣି ଅଶାନ୍ତ କାଶ୍ମୀର; ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ମୃତ

Published By : Prameya | November 6, 2024 11:14 AM

Image source: Jagran

ଶ୍ରୀନଗର,୦୬/୧୧: ମଙ୍ଗଳବାର ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଏହି ପରିପ୍ରେକ୍ଷୀରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆଧାରରେ ସୁରକ୍ଷା ବାହିନୀ ବାନ୍ଦିପୋରା ଚୁଟପ‌ଥରୀ ଜଙ୍ଗଲ ଅଞ୍ଚଳରେ ଘେରାବନ୍ଦି ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏଥି ସହିତ କୁପୱାଡ଼ା ଲୋଲାବରେ ମଧ୍ୟ ଏନକାଉଣ୍ଟର ଆରମ୍ଭ ହୋଇଛି। ଲୋଲାବରେ ଚାଲିଥିବା ଏନକାଉଣ୍ଟରରେ ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀଙ୍କ ଘେରାବନ୍ଦୀଭିତରେ ଫସି ରହିଛନ୍ତି। ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି। ଆତଙ୍କବାଦୀମାନେ ରହି ରହି ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଉଛନ୍ତି।

ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିବା ସ୍ଥାନୀୟ ପୁଲିସ କହିଛି। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଆର୍ମି ଯବାନ ଏବଂ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଥିବା ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ଅପରେସନ ଜାରି ରହିଛି।

ମଙ୍ଗଳବାର ଦିନ ପୋଲିସ ଜାଣିବାକୁ ପାଇଥିଲା ଯେ, ଆତଙ୍କବାଦୀମାନେ ବାନ୍ଦିପୋରାର କାଟସୁନରେ ଲୁଚି ରହିଛନ୍ତି। ଏହା ପରେ ପୋଲିସ ଏବଂ ସେନାର ୨୬ ଆସାମ ରାଇଫଲ୍ସ କର୍ମଚାରୀ ସେମାନଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ଯେତେବେଳେ ସୈନିକମାନେ କାଟସୁନ୍ ଗାଁକୁ ଘେରି ରହିଥିଲେ, ସେତେବେଳେ ଆତଙ୍କବାଦୀମାନେ ଗାଁ ବାହାରେ ଥିବା ଏକ ଘରେ ଲୁଚି ରହିଥିଲେ। ସୈନିକମାନେ ମଧ୍ୟ ପ୍ରତିଶୋଧ ନେଇଥିଲେ, ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ନିହତ ଆତଙ୍କବାଦୀକୁ ଚିହ୍ନଟ କରାଯାଇ ନାହିଁ।

ଅଧିକାରୀଙ୍କ ଅନୁଯାୟୀ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଜାରି ରହିଛି। ଏହା ଶେଷ ହେବା ପରେ ହିଁ ନିହତ ଆତଙ୍କବାଦୀର ପରିଚୟ ଜଣାପଡ଼ିବ। ଏହାରି ଭିତରେ କୁପୱାଡ଼ା ଜିଲ୍ଲାର ହ୍ୟାଣ୍ଡୱାରାର ବଙ୍ଗାମ ଚାଉଗାଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀ ସହାୟକକୁ ଗିରଫ କରିଛି। ଗିରଫ ଆଶିକ୍ ହୁସେନ୍ ୱାନି ବାରାମୁଲାର ସୋପୋର ଅଞ୍ଚଳର ବାସିନ୍ଦା। ତା ନିକଟରୁ ଏକ ପିସ୍ତଲ, ମାଗାଜିନ ଏବଂ ସାତୋଟି କାର୍ଟ୍ରିଜ ଜବତ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.