ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାଗପତରେ ବଡ଼ ଅଘଟଣ : ମଞ୍ଚ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ, ୮୦ ଆହତ

Published By : Rasmita Pradhan | January 28, 2025 10:59 AM

ବାଗପତ, ୨୮/୦୧ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ବଡ଼ ଅଘଟଣ। ମଙ୍ଗଳବାର ସକାଳେ ବଡୌତର ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ପର୍ବରେ ମାନସ୍ତମ୍ଭ ମଞ୍ଚ ଭୁଶୁଡ଼ି ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୫ ଜଣ ବ୍ୟକ୍ତି ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମ୍ବୁଲାନ୍ସ ନମିଳିବା ଯୋଗୁଁ ଇ-ରିକ୍ସାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। 

ଏହି ଖବରଟିକୁ ପଢନ୍ତୁ- ବୁରାରି ବିଲ୍ଡିଂ ଭୁଶୁଡିବା ଘଟଣା; ୨ ଶ୍ରମିକ ମୃତ, ଅବହେଳା କହି ବର୍ଷିଲେ ବିଜେପି ସାଂସଦ

ସୂଚନାନୁଯାୟୀ, ବଡୌତ ସହରର ଗାନ୍ଧୀ ରୋଡରେ ଶ୍ରୀ ଦିଗମ୍ଵର ଜୈନ ଡିଗ୍ରୀ କଲେଜ ମଇଦାନରେ ୬୫ ଫୁଟ ଉଚ୍ଚ ମାନ ସ୍ତମ୍ଭ ମଞ୍ଚ ତିଆରି ହୋଇଥିଲା। ମଙ୍ଗଳବାର ସକାଳେ ନିର୍ବାଣ ମହୋତ୍ସବ ଚାଲିଥିଲା। ଶ୍ରଦ୍ଧାଳୁମାନେ ମାନସ୍ତମ୍ଭ ଉପରେ ବିରାଜମାନ ହୋଇଥିବା ପ୍ରତିମାଙ୍କୁ ଜଳାଭିଷେକ କରିବାକୁ ଅସ୍ଥାୟୀ ସିଡି ଉପରେ ଚଢିଥିଲେ। ଏହି ସମୟରେ ଅସ୍ଥାୟୀ ସିଡି ଭୁଶୁଡ଼ି ପଡ଼ିଥିଲା। ଦେଖୁ ଦେଖୁ ଶ୍ରଦ୍ଧାଳୁଙ୍କ ଉପରେ ମଞ୍ଚ ଭୁଶୁଡ଼ି ମାଡି ବସିଥିଲା। ଏହି ଅଘଟଣରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି। 

ଶବ ବ୍ୟବଚ୍ଛେଦକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଶବ ବ୍ୟବଚ୍ଛେଦ କରିବାକୁ ବିରୋଧ କରୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ତତ୍କାଳ ହସ୍ପିଟାଲରେ ପହଞ୍ଚାଇବା ସହ ସେମାନଙ୍କର ଚିକିତ୍ସା ସୁବିଧା କରାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.