ଝାରସୁଗୁଡ଼ା,୨୪/୦୭: ଭୁବନେଶ୍ୱର-ଝାରସୁଗୁଡ଼ା ସେକ୍ଟରରେ ବିମାନ ସେବା ଲାଗି ଘରୋଇ କମ୍ପାନି ‘ଷ୍ଟାର୍ ଏୟାର’ ଆଗଭର ହେବା ସହ ସପ୍ତାହର ସମସ୍ତ ଦିନ ବିମାନ ସେବା ଯୋଗାଇବାକୁ ଘୋଷଣା କରିଛି । ଏହି ବିମାନସେବା ଆସନ୍ତା ଅଗଷ୍ଟ ୧୬ରୁ ଆରମ୍ଭ ହେବ । ଭୁବନେଶ୍ୱରରୁ ଝାରସୁଗୁଡ଼ା ପାଇଁ ଟିକେଟ ମୂଲ୍ୟ ୧୫୯୯ ଟଙ୍କା ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ପାଇଁ ଏହି ମୂଲ୍ୟ ୧୪୯୯ ଟଙ୍କା ରଖାଯାଇଛି ବୋଲି ଷ୍ଟାର୍ ଏୟାର ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଏହାଦ୍ୱାରା ଭୁବନେଶ୍ୱର ଓ ଝାରସୁଗୁଡ଼ା ମଧ୍ୟରେ ସରଳ ଓ ସୁବିଧାଜନକ ବିମାନ ଯାତ୍ରା ସୁନିଶ୍ଚିତ ହେବ ବୋଲି କମ୍ପାନି କହିଛି । ଷ୍ଟାର୍ ଏୟାରର ଚିଫ କମର୍ସିଆଲ ଆଣ୍ଡ ମାର୍କେଟିଂ ଅଫିସର ଶିଳ୍ପା ଭାଟିଆ ଭୁବନେଶ୍ୱରରୁ ଷ୍ଟାର୍ ଏୟାରର ବିମାନ ସେବା ଆରମ୍ଭ ହେବାକୁ ଥିବାରୁ ଖୁସି ପ୍ରକଟ କରିଛନ୍ତି।