ନୂଆଦିଲ୍ଲି,୩୦।୧୦: ଆମେରିକୀୟ ଆରବପତି ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଆଜି ଓ କାଲି ମୁମ୍ବାଇରେ ଡେମୋ ଦେଖାଇବ। କମ୍ପାନୀ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସ ଯୋଗାଇ ଦେବ। ଏହି ଡେମୋ ଜରିଆରେ ସେ ସିକ୍ୟୁରିଟି ଓ ଟେକ୍ନିକାଲ ସର୍ତ୍ତର ପାଳନକୁ ଦର୍ଶାଇବେ। ଷ୍ଟାରଲିଙ୍କକୁ ଭାରତରେ ପ୍ରୋଭିଜନାଲ ସ୍ପେକ୍ଟ୍ରମ ମିଳିଛି ଓ ଏହାର ଡେମୋ ତା ଉପରେ ଆଧାରିତ ହେବ। ଡେମୋ ବେଳେ ଦେଶର ସୁରକ୍ଷା ଏଜେନ୍ସି କମ୍ପାନୀର ସେବାକୁ ପରୀକ୍ଷା କରିବ।
ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଦିଆଯାଇଥିବା ଲାଇସେନ୍ସର ସର୍ତ୍ତାବଳୀ ଅନୁଯାୟୀ, ଏହାର ସେବାଗୁଡ଼ିକର ପରୀକ୍ଷା ବାଧ୍ୟତାମୂଳକ। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ଷ୍ଟାରଲିଙ୍କ ଏବେ ଭାରତରେ ଏହାର ନେଟୱାର୍କ ଏବଂ ଡାଟା ଟ୍ରାନ୍ସମିଶନର ସିକ୍ୟୁରିଟି ପରୀକ୍ଷା କରୁଛି। ସୁରକ୍ଷା ଏଜେନ୍ସିଗୁଡ଼ିକଠାରୁ ଅନୁମୋଦନ ପାଇବା ପରେ ସେବା ଆରମ୍ଭ କରିବା ସମ୍ଭବ ହେବ। କମ୍ପାନୀ ତିନୋଟି ଗେଟୱେ ସ୍ଥାପନ କରିବା ପାଇଁ ସରକାରଙ୍କ ଅନୁମୋଦନ ଅନୁରୋଧ କରିଛି। କମ୍ପାନୀ ମୁମ୍ବାଇ, ଚେନ୍ନାଇ ଏବଂ ନୋଏଡାରେ ଗେଟୱେ ସ୍ଥାପନ କରୁଛି।
ରିପୋର୍ଟ ଅନୁଯାୟୀ, ଷ୍ଟାରଲିଙ୍କ ମୁମ୍ବାଇର ଏକ ପୂର୍ବ-ନିର୍ଦ୍ଧାରିତ ସ୍ଥାନରେ ଏହି ଡେମୋ ଦେଖାଇବ। ଏହା ମାଧ୍ୟମରେ, କମ୍ପାନୀ ଲଫୁଲ୍ ଇଣ୍ଟରସେପ୍ସନ୍ ସିଷ୍ଟମ୍ ଏବଂ ଲଫୁଲ୍ ଇଣ୍ଟରସେପ୍ସନ୍ ମନିଟରିଂର ସୁରକ୍ଷା ଆବଶ୍ୟକତା, ଏବଂ ସାଟେଲାଇଟ୍ ଅଥୋରାଇଜେସନ୍ ଦ୍ୱାରା ଗ୍ଲୋବାଲ୍ ମୋବାଇଲ୍ ପର୍ସନାଲ୍ କମ୍ୟୁନିକେସନ୍ର ବୈଷୟିକ ସର୍ତ୍ତାବଳୀ ପାଳନ କରିବ। ଷ୍ଟାରଲିଙ୍କ 600Gbps ର କାପାସିଟିୁ ଟାର୍ଗେଯ ସହ ଆଗକୁ ବଢୁଛି। ଜେନ 1 କନସଲଟେସନ୍ ଏହି କାପାସିଟିରୁ କମ୍ପାନୀ ଏକ ଲକ୍ଷ କନେକ୍ସନ ଦେଇପାରିବ। ଟେଲିକମ୍ୟୁନିକେସନ୍ ବିଭାଗ ବର୍ତ୍ତମାନ ସୁରକ୍ଷା ମାନଦଣ୍ଡ ଯାଞ୍ଚ କରିବା ପାଇଁ ଷ୍ଟାରଲିଙ୍କକୁ ଅସ୍ଥାୟୀ ସ୍ପେକ୍ଟ୍ରମ୍ ପ୍ରଦାନ କରିଛି।
ଷ୍ଟାରଲିଙ୍କ୍ ନିଜର ଷ୍ଟେସନଗୁଡ଼ିକୁ ପରିଚାଳନା କରିବା ପାଇଁ ବିଦେଶୀ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଆଣିବାକୁ ଚାହୁଁଥିଲା। କିନ୍ତୁ ସରକାର ସ୍ପଷ୍ଟ କରିଥିଲେ ଯେ କମ୍ପାନୀ ସୁରକ୍ଷା କ୍ଲିୟରାନ୍ସ ନ ପାଇବା ପର୍ଯ୍ୟନ୍ତ କେବଳ ଭାରତୀୟ ନାଗରିକମାନେ ଏହି ଷ୍ଟେସନଗୁଡ଼ିକୁ ପରିଚାଳନା କରିବେ। ଏହା ସହିତ ପରୀକ୍ଷଣ ସମୟରେ ସୃଷ୍ଟି ହୋଇଥିବା ସମସ୍ତ ତଥ୍ୟକୁ ଭାରତରେ ସୁରକ୍ଷିତ ଭାବରେ ଷ୍ଟୋର କରାଯିବ। ଏହା ବ୍ୟତୀତ, କମ୍ପାନୀକୁ ପ୍ରତି ୧୫ ଦିନରେ ଏକ ରିପୋର୍ଟ ଦୂରସଞ୍ଚାର ବିଭାଗ ନିକଟରରେ ଜମା କରିବାକୁ ହେବ। ଏଥିରେ ଷ୍ଟେସନ୍ ଲୋକେସନ୍ , ୟୁର ଟର୍ମିନାଲ ଏବଂ ଉପଭୋକ୍ତାଙ୍କ ନିର୍ଦ୍ଦିଷ୍ଟ ସ୍ଥାନ ଦାଖଲ କରିବାକୁ ପଡିବ।