ଭୁବନେଶ୍ବର, ୨୦/ ୨ : ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପିତ। ମୋଟ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆମର ସମସ୍ତ ଚାଲୁ ରହିଥିବା ଯୋଜନା ବ୍ୟତୀତ, ମୁଁ ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମୟବଦ୍ଧ ଭିଭିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା "ସମୃଦ୍ଧ ଅଙ୍ଗନୱାଡି ଯୋଜନା" ପ୍ରସ୍ତାବ ଦେଉଛି । ଏହି ନୂତନ ଯୋଜନାରେ କ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯିବ । ଏହି ନୂଆ ଯୋଜନା ପାଇଁ ମୁଁ ୨୦୨୬-୨୭ଆର୍ଥିକ ବର୍ଷରେ ୬ ଶହ ୩୫ କୋଟି ଟଙ୍କାର ପ୍ରସ୍ତାବ ଦେଉଛି ।