ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପିସିସି ଚୟନ ପାଇଁ ଓଡିଶା ଆସିବେ ଏଆଇସିସି ପର୍ଯ୍ୟବେକ୍ଷକ, ସୋମବାର ଚରଣ ଦାସ ମହନ୍ତ, ମିନାକ୍ଷୀ ନଟରାଜନ୍‌ ରାଜ୍ୟ ନେତାଙ୍କୁ ଭେଟିବେ

Published By : Prameya | November 3, 2024 2:36 PM

ଭୁବନେଶ୍ୱର,୦୩/୧୧: କିଏ ହେବ  ରାଜ୍ୟ କଂଗ୍ରେସ ସଭାପତି? କାହାକୁ କଲେ ଦଳ  ଅଧିକ ମଜଭୁତ ହେବ । ଏଭଳି ଜଣେ ଦକ୍ଷ  ପିସିସି ସଭାପତି ଚୟନ ପାଇଁ ଆସନ୍ତା ୪ ତାରିଖ  (ସୋମବାର)ରେ ଓଡ଼ିଶା ଆସିବେ ଏଆଇସିସି  ପର୍ଯ୍ୟବେକ୍ଷକ । ସୋମବାର ଦିନ ୧୨ଟା ବେଳକୁ  କଂଗ୍ରେସ ଭବନରେ ପହଞ୍ଚିବେ ଏଆଇସିସି  ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଚରଣ ଦାସ ମହନ୍ତ ଓ ଛାତ୍ର କଂଗ୍ରେସର ପୂର୍ବତନ  ରାଷ୍ଟ୍ରୀୟ ସଭାପତି ମିନାକ୍ଷୀ ନଟରାଜନ୍‌ । ଗସ୍ତ  ବେଳେ ରାଜ୍ୟ ନେତାଙ୍କୁ ଭେଟିବେ । ବିଶେଷ  କରି କଂଗ୍ରେସ ଭବନରେ ଉପସ୍ଥିତ ରହିବା  ପାଇଁ ଓଡ଼ିଶା କଂଗ୍ରେସର ଷ୍ଟିୟରିଂ କମିଟି  ସଦସ୍ୟ ଓ ବିଧାୟକଙ୍କୁ ଚିଠି ମିଳିଛି । ତେବେ  ପର୍ଯ୍ୟବେକ୍ଷକଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସ  ମହଲରେ ସାମାନ୍ୟ ରାଜନୈତିକ ଉଷ୍ମତା  ଦେଖାଯାଇଛି । ପର୍ଯ୍ୟବେକ୍ଷକଙ୍କ ଆଗରେ ନୂଆ  ପିସିସି ସଭାପତି ଭାବେ ମହମ୍ମଦ ମୋକିମଙ୍କୁ  ଚୟନ କରିବା ପାଇଁ ତାଙ୍କ ସମର୍ଥକମାନେ  ମେଳି ବାନ୍ଧିଥିବା ଦେଖିବାକୁ ମିଳିଛି ।  

ଶନିବାର ଦିନ ବେଳେ ସ୍ଥାନୀୟ ରୋଟାରୀ  ଭବନରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ  ଦାଶ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମକୁ ବିଶ୍ୱଜିତ ମୋକିମଙ୍କୁ  ଅତିଥି ଭାବେ ନିମନ୍ତ୍ରଣ କରିଥିଲେ । ମୋକିମଙ୍କ  ଗସ୍ତ ବେଳେ ରାଜ୍ୟ କଂଗ୍ରେସର ବହୁ ନେତା  ଉପସ୍ଥିତ ଥିଲେ । ପିସିସି ସଭାପତି ଭାବେ  ଏମାନେ ମୋକିମଙ୍କୁ ଦେଖିବାକୁ ଚାହୁଁଛନ୍ତି  ବୋଲି ଯୁକ୍ତି ବାଢ଼ିଥିଲେ । ତେବେ ଦୁଇ ପ୍ରଭାରୀ  ନୂଆ ପିସିସି ସଭାପତି ଚୟନ ପାଇଁ ଆଲୋଚନା  କରିବା ପରେ ଏଆଇସିସିକୁ କାହା ସପକ୍ଷରେ  ରିପୋର୍ଟ ଦେବେ ତାହା ଗୁରୁତ୍ୱପୂର୍ଣ୍ଣ । ମାତ୍ର  ଗସ୍ତ ପୂର୍ବରୁ ମୋକିମଙ୍କ ସପକ୍ଷରେ ଏକ ହାୱା  ସୃଷ୍ଟି ହେଉଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଭକ୍ତଚରଣ  ଦାସ, ଶରତ ରାଉତ ପ୍ରମୁଖଙ୍କ ନାମ ଦୌଡ଼ରେ  ଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.