କଟକ,୨୨/୦୮: ଶୁକ୍ରବାର ସକାଳୁ ଏସସିବି ମେଡିକାଲ କଲେଜ ଓ କର୍କଟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ। ପ୍ରଥମେ ହେମାଟୋଲୋଜି ବିଭାଗ ଯାଇ ଚିକିତ୍ସା ବ୍ୟବସ୍ଥା ବିଷୟରେ ବୁଝିବା ସହିତ ରୋଗୀଙ୍କ ସହିତ କଥା ହୋଇଛନ୍ତି । ଏହାପରେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସ୍ଥିତି ସମୀକ୍ଷା କରିଛନ୍ତି। ପରେ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ପରିଦର୍ଶନ କରିଥିଲେ। ଫିଜିଓଥେରାପି ପାଇଁ ଆସିଥିବା ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଏସସିବିର ଅଧକ୍ଷ ପ୍ରଫେସର ଡା. ଲୁସି ଦାଶ ଓ ଅଧିକ୍ଷକ ପ୍ରଫେସର ଡା. ଗୌତମ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସ୍ୱାସ୍ଥ୍ୟ ସଚିବ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ର ଯାଇ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଭିନ୍ନ ୱାର୍ଡ ଯାଇ ରୋଗୀ ସେବାର ସ୍ଥିତି ଯାଞ୍ଚ କରିଥିଲେ । ଏହି ଅବସରରେ କେନ୍ଦ୍ରର ନିର୍ଦେଶକ ଡା. ଦୀପକ ରଞ୍ଜନ ଦାସ ଉପସ୍ଥିତ ଥିଲେ।

'ଯଦି ଜଣେ ଛୋଟ କର୍ମଚାରୀ ସସ୍ପେଣ୍ଡ ହେଉଛନ୍ତି, ତେବେ...