ନୀଳଗିରି,୨୩/୧୨(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ରାଜ୍ୟ ସ୍ତରୀୟ ଡିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଘାଟନ ହୋଇଛି।ଏହା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବ। ମୋଟ ୮ ଟି ଟିମକୁ ନେଇ ଏହା ଆୟୋଜନ ହେବ। ବାଲେଶ୍ଵର ୟୁଏଣ୍ଡମି ଙ୍କ ସହିତ ଭଦ୍ରକ ସୁର୍ଯ୍ୟଶିଖା ସହିତ ଅନୁଷ୍ଠିତ ହୋଇଥିଲା।।

ଉଦଘାଟନ ଉତ୍ସବରେ ମୂଖ୍ୟଅତିଥି ଭାବେ ନୀଳଗିରି ଏନଏସି ଅଧକ୍ଷ ମହେନ୍ଦ୍ରନାଥ ବେହେରା ସମ୍ମାନ୍ନିତ ଅତିଥି ଭାବେ ସମାଜସେବୀ ରଞ୍ଜନା ଦେବୀ ଓ କଳ୍ପନା ଦେବୀ  ଯୋଗଦେଇ ଉଦଘାଟନ କରିଥିଲେ।ଉଦଘାଟନ ମ୍ୟାଚରେ ପ୍ରଥମେ ଟସ ଜିଣି ଭଦ୍ରକର ସୂର୍ଯ୍ୟସିଖା ଦଳ ବାଲେଶ୍ୱର ୟୁଏଣ୍ଡମି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।ବାଲେଶ୍ଵର ୟୁଏଣ୍ଡମି ଦଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୧ ରନ କରିବାରେ ସଫଳ ହୋଇଥିଲେ।ପ୍ରତି ବଦଳରେ ସୂର୍ଯ୍ୟଶିଖା ଦଳ ୧୮.୩ ବଲରେ ୧୪୩ ରନ କରି ବିଜୟୀ ହୋଇଥିଲା।ସୁର୍ଯ୍ୟଶିଖା ଦଳ ତରଫରୁ  ୯ ଟି ଚୌକା, ୪ ଟି ଛକାମାରି ୫୦ ବଲରୁ ଅପରାଜିତ ରହି ଦ୍ରୁତ ୮୨ ରନ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆକାଶ ମହାପାତ୍ରଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇଥିଲା।

ଆଜିର ଏହି ମ୍ୟାଚକୁ ଏଲ.କେ. ନନ୍ଦ ଓ ପ୍ରାଣନାଥ ଜେନା ପରିଚାଳନା କରିଥିବା ବେଳେ ଏସ.ବି.ସିମରନ, ମଦନମୋହନ ବେହେରା,ଆକ୍ରମ ଖାଁ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ବାରିପଦା ଡ଼ିଆରକେ ସହିତ ବାଲେଶ୍ୱର  ଆଦର୍ଶ କ୍ଳବ,୨୫ ତାରିଖରେ କଟକ ୟୁନାଇଟେଡ଼ ଦଳ ସହିତ ବାଲେଶ୍ଵର ବିସିଏ,୨୬ ତାରିଖରେ ଝାଡଖଣ୍ଡ ରୋଚକମନ ରାଞ୍ଚି ଦଳ ସହିତ ପଶ୍ଚିମବଙ୍ଗ ଖଡ଼କପୁର କ୍ଳବ ସହିତ ଲିଗମ୍ୟାଚ ଅନୁଷ୍ଠିତ ହେବ।୨୭ ଓ ୨୮ତାରିଖରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ୨୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ଏଥିରେ ମହାବୀର କ୍ଳବର ବରିଷ୍ଠ ସଦସ୍ୟ ସବ୍ୟସାଚୀ ମହାପାତ୍ର,ଅଜିତ ନାୟକ,ଚନ୍ଦନ ରାୟ,ବ୍ରଜକିଶୋର ପାଣି,ସୁଶାନ୍ତ ବିଶ୍ୱାଳ, କ୍ଳବର ସଭାପତି କୁମାର ରାୟ, ସମ୍ପାଦ ସୂର୍ଯ୍ୟକାନ୍ତ ବିଶ୍ୱାଳ,ମାନସ ପାଢ଼ୀ,ରବି କୁମାର,ବିରଜା ବେହେରା,ଗୋପୀ ନନ୍ଦ,ଚିନ୍ମୟ ରାଉତ,ଜଟିଆ ସିଂ,ମଣ୍ଟୁ ବେହେରା, ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।