ନବରଙ୍ଗପୁର, ୦୫/୧୨: ଓଡିଶାର ୨୯ଟି ଜିଲ୍ଲାର ଫୁଟବଲ ଦଳକୁ ପଛରେ ପକାଇ ନବରଙ୍ଗପୁର ଜିଲ୍ଲା ବାଳିକା ଫୁଟବଲ ଦଳ ଚମ୍ପିୟନ ଟ୍ରଫି ହାସଲ କରି ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି। କଳହାଣ୍ଡି ଜିଲ୍ଲା ଭବାନିପାଟଣାର ମାଣିକେଶ୍ଵରୀ ସରକାରୀ ହାଇସ୍କୁଲ ଠାରେ ୨ ଡିସେମ୍ବର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ବାଳିକା ଫୁଟବଲ ଚମ୍ପିୟନସିପ୍ ଟୁର୍ଣ୍ଣାମେଣ୍ଟର ଶେଷ ଦିବସରେ ବାଲେଶ୍ୱରକୁ ୧-୦ ଗୋଲରେ ପରାସ୍ତ କରି ନବରଙ୍ଗପୁର ଜିଲ୍ଲା ବାଳିକା ଫୁଟବଲ ଦଳ ଚମ୍ପିୟନ ହୋଇଛି।
ଜିଲ୍ଲାର ଜଡିଙ୍ଗା ଓ ଭାମୁନି, ଡାବୁଗାଁ ଏସ୍ଏସଡି ୩ଟି ବାଳିକା ବିଦ୍ୟାଳୟର ୧୬ଜଣିଆ ବାଳିକା ଦଳରେ ସନାଲୀ ବିଶ୍ବାସ, ଧନକୁମାରୀ ଗଣ୍ଡ, କୁଜନ୍ତୀ ପୂଜାରୀ, ଆମିନା ଗଣ୍ଡ, ଭୂମିକା ଗଣ୍ଡ, ରଶ୍ମିତା ଗଣ୍ଡ, ଜଣାଣି ଗଣ୍ଡ, ପୁଷ୍ପା ଗଣ୍ଡ, ପୂର୍ଣ୍ଣିମା ଗଣ୍ଡ, ବୀମଳା ଗଣ୍ଡ, ଜାମୁବତୀ ଗଣ୍ଡ, ମମତା ପରଜା, ସନ୍ତୋଷୀ ଗଣ୍ଡ, କଳାବତୀ ଭତ୍ରା, ସୁନାମଣି ସାନ୍ତା ପ୍ରମୁଖ ଫୁଟବଲ ଖେଳରେ ଉଚ୍ଚପ୍ରଦର୍ଶନ କରି ରାଜ୍ୟସ୍ତରୀୟ ବାଳିକା ଫୁଟବଲରେ ଚାମ୍ପିୟନ ହାସଲ କରି ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି। ଏଥ୍ ପାଇଁ ଜିଲ୍ଲାଶିକ୍ଷ ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲାଖେଳ ଅଧିକାରୀ ପ୍ରବତ କୁମାର ପଟ୍ଟନାୟକ ପ୍ରମୁଖ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।