ଭୁବନେଶ୍ୱର,୧୦/୦୫: ଆସନ୍ତା ୧୧ ରେ ପାଳନ ହେବନି ରାଜ୍ୟସ୍ତରୀୟ ମଦର୍ସ ଡେ’ ଉତ୍ସବ । ଦେଶର ସାମ୍ପ୍ରତିକ  ପରିସ୍ଥିତିକୁ ଦୃଷ୍ଟିରେ  ରଖି ୧୧ ତାରିଖରେ  ଆୟୋଜିତ ହେବାକୁ  ଥିବା ରାଜ୍ୟସ୍ତରୀୟ ମଦର୍ସ  ଡେ’ ଦିବସକୁ ଉତ୍ସବ ଭାବରେ ପାଳନ ନ କରିବାକୁ ମହିଳା  ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି   ଉପଲକ୍ଷେ ଆୟୋଜିତ "ମଦର୍ସ ଡେ’ ସେଲ୍‌ଫି କଣ୍ଟେଷ୍ଟ'ର  ବିଜେତାମାନଙ୍କୁ କିନ୍ତୁ ପୁରସ୍କୃତ କରାଯିବ । ବଛା ଯାଇଥିବା ଶ୍ରେଷ୍ଠ  ଓ ହୃଦୟସ୍ପର୍ଶୀ ସେଲ୍‌ଫି ଓ ବାର୍ତ୍ତାକୁ ଆଗାମୀ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।