ପ୍ରମୂଖ ଖବର
  • ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍ ଟେଷ୍ଟର ରେଜଲ୍ଟ
  • ||
  • ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ
  • ||
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ରାଙ୍କିଂ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Published By : Gurupada Nath | August 3, 2025 10:00 PM

ବୌଦ୍ଧ,୩/୮ : ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ସହଯୋଗରେ ବୌଦ୍ଧ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ବୌଦ୍ଧ ଜିଲ୍ଲା ଇନଡୋର ଷ୍ଟାଡିୟମଠାରେ ତିନି ଦିନ ଧରି ଆୟୋଜିତ ରାଜ୍ୟ ବ୍ୟାଡମିଣ୍ଟନ ରାଙ୍କିଂ ଟୁର୍ଣ୍ଣାମେଣ୍ଟ ରବିବାର ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଜିଲ୍ଲା କ୍ରିଡା ଅଧିକାରୀ ସୁଦାମ ଚରଣ ସ୍ୱାଇଁ ଓ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳୀମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟର ମିକ୍ସ ଡବଲ୍ସରେ ଅନୁଗୋଳର ଆୟୁଷ ଦାଶ ଓ ସମ୍ବଲପୁରର ପୂର୍ବା ପ୍ରତ୍ୟାଷା ଚମ୍ପିୟାନ ଏବଂ ଅନୁଗୋଳର ତନ୍ମୟ କୁମାର ସାହୁ ଓ ଖୋର୍ଦ୍ଧାର ହର୍ଷିତା ରାଉତ ରନର୍ସଅଫ ହୋଇଥିଲେ । ସେହିପରି ପୁରୁଷ ବର୍ଗରେ ବାଲେଶ୍ୱରର ଆର୍ଯ୍ୟ ମାଝି ଚମ୍ପିଆନ ହୋଇଥିବାବେଳେ ଖୋର୍ଦ୍ଧାର ପାରଶ ମାଥୁର ରନର୍ସଅଫ, ମହିଳା ବିଭାଗରେ ଖୋର୍ଦ୍ଧାର ହର୍ଷିତା ରାଉତ ଚମ୍ପିୟାନ ଓ ଗୀତାଶ୍ରୀ ଦେ ରନର୍ସଅଫ ହୋଇଥିଲେ । ସେହିପରି ମହିଳା ଡବଲ୍ସରେ ଖୋର୍ଦ୍ଧାର ହର୍ଷିତା ରାଉତ ଓ ସମ୍ବଲପୁରର ପୂର୍ବା ପ୍ରତ୍ୟାଷା ଚମ୍ପିୟାନ ଏବଂ ଖୋର୍ଦ୍ଧାର ଆଦ୍ୟା ପାଢି ଓ ରାୟଗଡାର ସ୍ୱିଟି ପ୍ରିୟା ପ୍ରଧାନ ରନର୍ସଅଫ ଏବଂ ପୁରୁଷ ଡବଲ୍ସରେ ଖୋର୍ଦ୍ଧାର ଅନିର୍ବାଣ ମଣ୍ଡଳ ଓ ପାରଶ ମାଥୁର ଚମ୍ପିୟାନ ହୋଇଥିବାବେଳେ ଖୋର୍ଦ୍ଧାର ଅଭିଜିତ ମହାରଣା ଓ ଅନୁଗୋଳର ତନ୍ମୟ କୁମାର ସାହୁ ରନର୍ସଅଫ ହୋଇଥିଲେ । 

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ୧୭ଜଣ ମହିଳା ଖେଳାଳୀଙ୍କ ସହିତ ସମୁଦାୟ ୧୨୮ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବେ ଶିବମ ଅଗ୍ରୱାଲା, ପର୍ଯ୍ୟବେକ୍ଷକ ଭାବେ ମନୋରଂଜନ ଦାଶ ଓ ଦୀପକ ମହାନ୍ତି,ସହକାରୀ ପର୍ଯ୍ୟବେକ୍ଷକ ସମୀର ସାହୁ, ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲା ଓ ମୁଖ୍ୟ ରେଫରୀ ଭାବରେ ବିଜୟ ବାଗ୍ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ୨୫ ଜଣିଆଁ ବୈଷୟିକ ସହାୟକ ଅଧିକାରୀ ଦଳ ସହିତ ସମସ୍ତ ସହଯୋଗ ଯୋଗାଇଦିଆଯାଇଥିଲା । ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ପ୍ରଦୋଷ ମହାରଣାଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ଶିବାନନ୍ଦ ସାହୁ,ପରାମର୍ଶଦାତା ଜୁଲିୟସସିଜର ମହାକୁଳ,ଆଲୋକ ରଥ, ପରେଶ ବେହେରା, ଗଣେଶ ମହାପାତ୍ର,ବିଭୁଦତ୍ତ ପଣ୍ଡା,ଶମ୍ଭୁ ପ୍ରସାଦ ଅଗ୍ରୱାଲା, ସନ୍ତୋଷ ମହାନ୍ତି,ଜିତୁ ସରାଫଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.