କଟକ ୧୦/୦୨: ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବେବେ ଫ୍ଲଡ଼ ଲାଇଟ୍ ଅଚଳ ହେବା ଘଟଣା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ।  ଓସିଏକୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ସହି ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି/ଏଜେନ୍ସିଗୁଡ଼ିକୁ ଚିହ୍ନଟ କରି ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ କୁହାଯାଇଛି। 

ସୂଚନା ମୁତାବିକ, ରବିବାର ଦିନିକିଆ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ  ବେଳକୁ ୬.୧ ଓଭରରେ  ଷ୍ଟାଡିୟମର ପୂର୍ବ-ଦକ୍ଷିଣ ପାଶ୍ୱର୍ର ନ୍ୟୁ  ପାଭିଲିୟନ୍‌ ଉପର ଫ୍ଲଡ୍‌ ଲାଇଟ୍‌ ହଠାତ ଲିଭିୟଯାଇଥିଲା । ଜେନେରେଟର ଫେଲ ହେବାରୁ ଏଭଳି ସମସ୍ୟା ଉପୁଜି ଥିଲା । ଫଳ ଖେଳ ବନ୍ଦ ରହିଥିଲା । ଲାଇଟ୍‌ ସମସ୍ୟାକୁ ନେଇ ଅଧିନାୟକ  ରୋହିତ ଶର୍ମା ରାଗି ଯାଇଥିଲେ । ୧୦  ମିନିଟ୍‌ ପିଚ୍‌ରେ ଅପେକ୍ଷା କରି ଶେଷରେ  ଡ୍ରେସିଂରୁମ୍‌କୁ ଫେରିଲେ । ଇଂଲଣ୍ଡ ଖେଳାଳି  ମଧ୍ୟ ଡ୍ରେସିଂ ରୁମକୁ ଫେରିଥିଲେ ।  ବାରବାଟୀ ଷ୍ଟାଡିୟମ୍‌ରେ ଏଭଳି ଅଭାବନୀୟ  ଦୃଶ୍ୟକୁ ବିସିସିଆଇ ଓ ଓଡ଼ିଶା କ୍ରିକେଟ  ଆସୋସିଏସନ୍‌କୁ ସାମାଜିକ ଗଣମାଧ୍ୟମରେ  କଡ଼ା ସମାଲୋଚନା କରାଯାଇଛି । ୩୭ ମିନିଟ ପରେ ଆୟୋଜକ ଓଡ଼ିଶା କ୍ରିକେଟ୍‌ ସଂଘ  (ଓସିଏ) ପକ୍ଷରୁ ନୂଆ ଜେନେରେଟର ଲଗା ଯାଇ ପୁଣି ଲାଇଟ୍‌କୁ ସଚଳ କରାଯାଇଥିଲା । 

ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ ଲିଭି ୩୭ ମିନିଟ୍ ଅଟକିଲା ମ୍ୟାଚ୍; OCAକୁ ସ୍ପଷ୍ଟୀକରଣ ମଗାଯିବ କହିଲେ କ୍ରୀଡ଼ାମନ୍ତ୍ରୀ