ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ବାରବାଟୀରେ ଫ୍ଲଡ଼ ଲାଇଟ୍ ଅଚଳ ଘଟଣା, କ୍ରୀଡ଼ା ବିଭାଗ ପକ୍ଷରୁ OCAକୁ ସୋ-କଜ୍ ନୋଟିସ୍

Published By : Prameya | February 10, 2025 11:28 AM

କଟକ ୧୦/୦୨: ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବେବେ ଫ୍ଲଡ଼ ଲାଇଟ୍ ଅଚଳ ହେବା ଘଟଣା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ।  ଓସିଏକୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ସହି ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି/ଏଜେନ୍ସିଗୁଡ଼ିକୁ ଚିହ୍ନଟ କରି ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ କୁହାଯାଇଛି। 

ସୂଚନା ମୁତାବିକ, ରବିବାର ଦିନିକିଆ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ  ବେଳକୁ ୬.୧ ଓଭରରେ  ଷ୍ଟାଡିୟମର ପୂର୍ବ-ଦକ୍ଷିଣ ପାଶ୍ୱର୍ର ନ୍ୟୁ  ପାଭିଲିୟନ୍‌ ଉପର ଫ୍ଲଡ୍‌ ଲାଇଟ୍‌ ହଠାତ ଲିଭିୟଯାଇଥିଲା । ଜେନେରେଟର ଫେଲ ହେବାରୁ ଏଭଳି ସମସ୍ୟା ଉପୁଜି ଥିଲା । ଫଳ ଖେଳ ବନ୍ଦ ରହିଥିଲା । ଲାଇଟ୍‌ ସମସ୍ୟାକୁ ନେଇ ଅଧିନାୟକ  ରୋହିତ ଶର୍ମା ରାଗି ଯାଇଥିଲେ । ୧୦  ମିନିଟ୍‌ ପିଚ୍‌ରେ ଅପେକ୍ଷା କରି ଶେଷରେ  ଡ୍ରେସିଂରୁମ୍‌କୁ ଫେରିଲେ । ଇଂଲଣ୍ଡ ଖେଳାଳି  ମଧ୍ୟ ଡ୍ରେସିଂ ରୁମକୁ ଫେରିଥିଲେ ।  ବାରବାଟୀ ଷ୍ଟାଡିୟମ୍‌ରେ ଏଭଳି ଅଭାବନୀୟ  ଦୃଶ୍ୟକୁ ବିସିସିଆଇ ଓ ଓଡ଼ିଶା କ୍ରିକେଟ  ଆସୋସିଏସନ୍‌କୁ ସାମାଜିକ ଗଣମାଧ୍ୟମରେ  କଡ଼ା ସମାଲୋଚନା କରାଯାଇଛି । ୩୭ ମିନିଟ ପରେ ଆୟୋଜକ ଓଡ଼ିଶା କ୍ରିକେଟ୍‌ ସଂଘ  (ଓସିଏ) ପକ୍ଷରୁ ନୂଆ ଜେନେରେଟର ଲଗା ଯାଇ ପୁଣି ଲାଇଟ୍‌କୁ ସଚଳ କରାଯାଇଥିଲା । 

ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ ଲିଭି ୩୭ ମିନିଟ୍ ଅଟକିଲା ମ୍ୟାଚ୍; OCAକୁ ସ୍ପଷ୍ଟୀକରଣ ମଗାଯିବ କହିଲେ କ୍ରୀଡ଼ାମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.