ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଶସ୍ତା ଚିକିତ୍ସା ସୁବିଧା ଦେବାରେ ବିଫଳ ରାଜ୍ୟ, ମାର୍ଗଦର୍ଶିକା ଆଣିବାକୁ କେନ୍ଦ୍ରକୁ ପରାମର୍ଶ

Published By : Rasmita Pradhan | March 5, 2025 10:01 AM

ନୂଆଦିଲ୍ଲୀ, ୦୫/୦୩ : ରାଜ୍ୟ ସରକାରମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ଅଛନ୍ତି । ସେମାନେ ଲୋକଙ୍କୁ ଶସ୍ତାରେ ଚିକିତ୍ସା ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ଏହାଯୋଗୁ ଘରୋଇ ହସ୍ପିଟାଲଗୁଡ଼ିକ ଫାଇଦା ଉଠାଉଛନ୍ତି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଟିପ୍ପଣୀ ଦେଇଛନ୍ତି। ତତ୍‌ସହିତ ଏହି ଧାରାକୁ ରୋକିବା ସକାଶେ କେନ୍ଦ୍ର ସରକାର ମାର୍ଗଦର୍ଶିକା ଆଣିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଅଦାଲତ। 

ଏକ ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଭଳି ଟିପ୍ପଣୀ ଦେଇଛନ୍ତି। ପିଟିସନ୍‌ରେ କୁହାଯାଇଥିଲା ଯେ ରାଜ୍ୟଗୁଡ଼ିକର ଅଧିକାଂଶ ସରକାରୀ ଚିକିତ୍ସାଳୟରେ ଶସ୍ତାରେ ଚିକିତ୍ସା ସେବା ମିଳୁନାହିଁ । ଘରୋଇ ହସ୍ପିଟାଲରେ ରୋଗୀ ଓ ସେମାନଙ୍କ ପରିବାରକୁ ମହଙ୍ଗା ଔଷଧ ଓ ମେଡିକାଲ ଉପକରଣ କିଣିବାକୁ ବାଧ୍ୟ କରାଯାଉଛି । ସମ୍ପୃକ୍ତ ହସ୍ପିଟାଲର ଫାର୍ମାସିରୁ ହିଁ ଏହି ମହଙ୍ଗା ଔଷଧ ଖରିଦ କରିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେଣୁ ଏହିସବୁ ହସ୍ପିଟାଲଗୁଡ଼ିକୁ ତାଗିଦ୍‌ କରାଯିବା ଆବଶ୍ୟକ । ଏହାକୁ ରୋକିବା ଲାଗି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଦେଶ ଦିଆଯିବା ଉଚିତ । ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଏନ୍‌ କେ ସିଂହଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରୁଥିଲେ । 

ଏହି ସମୟରେ କେନ୍ଦ୍ର ନିଜ ଜବାବରେ କହିଥିଲା କି ରୋଗୀମାନଙ୍କୁ ହସ୍ପିଟାଲ୍‌ର ଫାର୍ମାସିରୁ ଔଷଧ କିଣିବାକୁ ବାଧ୍ୟ କରାଯାଉ ନାହିଁ । ଏହା ଉପରେ କୋର୍ଟ ରାଜ୍ୟ ସରକାର ନିଜ ହସ୍ପିଟାଲଗୁଡ଼ିକରେ ଔଷଧ ଓ ମେଡିକାଲ ଉପକରଣ ଆଦି ଶସ୍ତାରେ ଉପଲବ୍ଧ କରାଇବା ଜରୁରି ବୋଲି କହିଥିଲେ । ଯାହାଦ୍ୱାରା ରୋଗୀମାନେ ଶୋଷଣର ଶିକାର ହେବେନାହିଁ । ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି, ନିଜ ଲୋକମାନଙ୍କୁ କିଭଳି ଯଥୋଚିତ ସ୍ୱାସ୍ଥ୍ୟସେବା ସୁବିଧା ମିଳିବ, ସେଥିପାଇଁ ବ୍ୟବସ୍ଥା କରିବା ରାଜ୍ୟଗୁଡ଼ିକର ଦାୟିତ୍ୱ । କିଛି ରାଜ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି । ଏହି କାରଣରୁ ଘରୋଇ ହସ୍ପିଟାଲଗୁଡ଼ିକର ମନମୁଖି ବୃଦ୍ଧି ପାଇଛି । 

ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି, ଆବେଦନକାରୀଙ୍କ ସହ ଆମେ ଏକମତ ଅଛୁ । କିନ୍ତୁ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ, ତାହା ଚିନ୍ତାର ବିଷୟ । ତେବେ ନିଜ ଫାର୍ମାସିରୁ ଆପେକ୍ଷିକ ଅଧିକ ଦାମରେ ଔଷଧ କିଣିବାକୁ ରୋଗୀଙ୍କୁ ବାଧ୍ୟ କରୁଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ନିୟନ୍ତ୍ରଣ ଲାଗି ଅଦାଲତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ମାର୍ଗଦର୍ଶିକା ଆଣିବା ଲାଗି ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଘରୋଇ ହସ୍ପିଟାଲଗୁଡ଼ିକରେ ସାଧାରଣ ଲୋକଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡ଼ିବ ନାହିଁ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟଗୁଡ଼ିକୁ ନୋଟିସ ଜାରି କରିଥିଲେ । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ବିହାର, ତାମିଲନାଡୁ, ହିମାଚଳ ପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟ ନିଜ ଜବାବ ଦାଖଲ କରିଥିଲେ । ଔଷଧର ଦାମକୁ ନେଇ ରାଜ୍ୟଗୁଡ଼ିକ କହିଥିଲେ କି ସେମାନେ କେନ୍ଦ୍ର ସରକାରଙ୍କ ଦର ନିୟନ୍ତ୍ରଣ ଉପରେ ନିର୍ଭରଶୀଳ । କେଉଁ ଔଷଧର ଦାମ କ’ଣ ହେବ, ତାହା କେନ୍ଦ୍ର ହିଁ ଧାର୍ଯ୍ୟ କରିଥାଏ।

ଏହି ଖବରଟିକୁ ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଶୁ ସଂରକ୍ଷଣ କେନ୍ଦ୍ର 'ବନ୍ତାରା' ଉଦଘାଟିତ, ନିଜ ହାତରେ ବାଘ, ସିଂହ ଏବଂ ଗଣ୍ଡା ଛୁଆଙ୍କୁ କ୍ଷୀର ପିଆଇଲେ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.