ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିହାରରେ ବଡ଼ ଧରଣର ଏନକାଉଣ୍ଟର; ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାରୀ ନିହତ

Published By : Anindita Ratha | July 8, 2025 11:37 AM

ନୂଆଦିଲ୍ଲୀ,୦୮/୦୭:  ବିହାରର ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟା ମାମଲାରେ ପୁଲିସ ଆଉ ଏକ ସଫଳତା । ହତ୍ୟାକାରୀଙ୍କ ମଧ୍ୟରୁ ଜଣକୁ ବିହାର ପୁଲିସ ଏନକାଉଣ୍ଟର କରିଛି । ପୁଲିସ ଗୁଳିରେ ଅଭିଯୁକ୍ତ ବିକାଶ ଓରଫ ରାଜା ନିହତ ହୋଇଛି। ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଏବଂ ବିକ୍ରିରେ ସମ୍ପୃକ୍ତ ଥିଲା।

ସୂଚନା ଅନୁସାରେ, ଗୋପାଳ ଖେମକାଙ୍କୁ ଉମେଶ ନାମକ ଶୁଟର ଗୁଳି କରିଥିଲା। ଘଟଣା ସମୟରେ ଉମେଶକୁ ସହଯୋଗ କରିଥିଲା ବିକାଶ। ଘଟଣାସ୍ଥଳରୁ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା। ଗୋପାଳଙ୍କ ହତ୍ୟାକାଣ୍ଡରେ ବିକାଶର ସମ୍ପୃକ୍ତି ଜଣାପଡ଼ିବା ପରେ ତା’କୁ ଧରିବା ଲାଗି ପୁଲିସ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ରାତି ପ୍ରାୟ ୨ଟା ୪୫ରେ ପିର ଦାମରିଆ ଘାଟ ନିକଟରେ ପୁଲିସ ବିକାଶକୁ ଠାବ କରିଥିଲା। ହେଲେ ଏହି ସମୟରେ ବିକାଶ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସର ପାଲଟା ଆଟାକରେ ବିକାଶର ମୃତ୍ୟୁ ହୋଇଛି। ତା'ର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। 

ପ୍ରକାଶ ଥାଉକି, ଶନିବାର ଦିନ ଗୋପାଳ ଖେମକାଙ୍କୁ ସହରର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଥିବା ପନାସ ହୋଟେଲ ନିକଟରେ ଗୁଳି କରାଯାଇଥିଲା। ସେ ତାଙ୍କ ଆପାର୍ଟମେଣ୍ଟ ତଳେ ତାଙ୍କ କାରରୁ ଓହ୍ଲାଉଥିବା ବେଳେ ସୁଟ୍ ହୋଇଥିଲା । ଏହା ସ୍ପଷ୍ଟ ଯେ, ଆକ୍ରମଣକାରୀ ପୂର୍ବରୁ ତାଙ୍କୁ ଅପେକ୍ଷା କରିଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେ ତାଙ୍କୁ ଗୁଳି କରିଥିଲେ। ଘଟଣା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସମ୍ପୂର୍ଣ୍ଣ ମାମଲାର ଗମ୍ଭୀରତା ଦେଖି ପାଟନା ପୁଲିସ ତଦନ୍ତକୁ ଜୋରଦାର କରିଛି। ପିଲିସ ସନ୍ଦେହ କରୁଛି ଯେ ହତ୍ୟା ପଛରେ ଜମି ବିବାଦ ଏବଂ ପୁରୁଣା ଶତ୍ରୁତା ଥାଇପାରେ। ତେବେ ଖେମକାଙ୍କ ପୁଅକୁ ମଧ୍ୟ ପୂର୍ବରୁ ହତ୍ୟା କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.