ନୂଆଦିଲ୍ଲୀ,୨୩/୦୬: ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଇରାନ୍‌-ଇସ୍ରାଏଲ ଯୁଦ୍ଧ ପ୍ରଭାବ ବଜାର ଉପରେ ପଡିଛି । ଇରାନ୍‌ ଉପରେ ଆମେରିକାର ଆକ୍ରମଣ ପରେ ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି । କାରବାର ଆରମ୍ଭ ହେଉ ହେଉ ଖସିଲା ମୁମ୍ବାଇ ଷ୍ଟକ୍‌ ଏକ୍ସେଚେଞ୍ଜ ସୂଚକାଙ୍କ  । ସେନସେକ୍ସ ୭୪୯ ପଏଣ୍ଟ ଓ ନିଫ୍ଟି  ୨୨୭ ପଏଣ୍ଟ ଖସିବା ଫଳରେ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି ନିବେଶକ ।

ଇରାନ୍‌-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆମେରିକା କୁଦିବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ସିଧା ପ୍ରଭାବ ସେୟାର ବଜାର ଉପରେ ପଡିଛି । ଆଜି କାରବାର ଆରମ୍ଭ ହେବାଠୁ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ ଖସିଥିଲା । ବିଏସ୍‌ଇ ସେନ୍‌ସେକ୍ସ ୭୯୬ ଖସି ୮୧,୬୫୮ ପଏଣ୍ଟରେ ପହଞ୍ଚିଥିଲା । ସେହିପରି ନିପ୍ଟି ୨୨୭ ପଏଣ୍ଟ ଡାଉନ୍ ହୋଇ ୨୪,୮୮୪ରେ ପହଞ୍ଚିଛି । ଫଳରେ ନିବେଶକଙ୍କର କୋଟି କୋଟି ଟଙ୍କା ବୁଡିଛି । ୧୫ ମିନିଟରେ ୩ ଲକ୍ଷ କୋଟିର କ୍ଷତି ହୋଇଛି . ଇନଫୋସିସ୍‌ ସେୟାର ୨ ପ୍ରତିଶତ ଖସିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ...ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ, ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ ବନ୍ଦ କରିବ ଇରାନ, ସୃଷ୍ଟି ହେବ ତୈଳ ସଙ୍କଟ

ଯଦି ସୋମବାର ସର୍ବାଧିକ ସେୟାର ବଜାର ଡାଉନ୍ କଥା କହିବା ତେବେ ଇନଫୋସିସ୍ ସେୟାର (୨.୩୦%),ଏଚୟୁଏଲ ସେୟାର (୨%), ବଜାଜ ଫାଇନାନ୍ସ ସେୟାର (୧,୨୯%), ଟିସିଏସ୍ ସେୟାର (୧.୨୮%), ରିଲିୟାନ୍ସ ସେୟାର (୧.୧୫%)ରେ ଟ୍ରେଟ୍‌ କରିଥିଲା । ଆଜି ୮୪୮ କମ୍ପାନୀର ସେୟାର ଗ୍ରୀନ ଜୋନ୍‌ରେ କାରବାର ଆରମ୍ଭ କରିଥିଲା । ଅନ୍ୟପଟେ ୧୬୭୬ କମ୍ପାନୀର ସେୟାର ନାଲି ପଏଣ୍ଟରୁ ଆରମ୍ଭ ହେଇଥିଲା । ମାର୍କେଟର ଏପରି ଅସ୍ଥିରତା ପରେ ନିବେଶକଙ୍କୁ ବିଚଳିତ ନ ହୋଇ ସତର୍କ ରହିବା ସହ ଲମ୍ବା ଅବଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।