ନୂଆଦିଲ୍ଲୀ,୧୩।୧: ଭାରତୀୟ ସେୟାର ବଜାର ପାଇଁ ନୂଆ ବର୍ଷ ଖୁବ୍ ଖରାପ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟତ ସମସ୍ତ ବଡ଼ ବଡ କମ୍ପାନୀ ଗୁଡିକର ଷ୍ଟକ୍ସ ତଳମୁହା ହେବାରେ ଲାଗିଛି। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଆରମ୍ଭରୁ ଏହି ତଳମୁହାଁ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଓ ନିବେଶକଙ୍କ ଉପରେ ପଡିଛି । ସୋମବାର ୧୩ ଜାନୁଆରୀରେ ବଜାର ୭ ମାସର ଲୋ ଲେବଲରେ ପହଁଞ୍ଚି ଯାଇଛି। ବିଏସ୍‌ଇ ଉପରେ ଟାଟା ଷ୍ଟିଲ, ଏସିଆନ୍ ପେଣ୍ଟସ୍ ସହିତ ୫୦୦ରୁ ଅଧିକ ସେୟାର ଏକ ବର୍ଷର ନିମ୍ନ ସ୍ତରକୁ ଖସି ଆସିଛି। ଏହାଫଳରେ ବଜାରରେ ନିବେଶକଙ୍କୁ ପ୍ରାୟ ୧୩ ଲକ୍ଷ କୋଟିର କ୍ଷତି ହୋଇଛି। 

ବିଏସ୍‌ଇର ୩୦ ସେୟାର ଥିବା ଇଣ୍ଡେକ୍ସ ସେନସେକ୍ସ ୧୦୪୮.୯୦ ପଏଣ୍ଟ ଅର୍ଥାତ ୧.୩୬ ପ୍ରତିଶତ  ହ୍ରାସ ପାଇ ୭ ମାସ ପରେ ୭୭ହଜାର ପଏଣ୍ଟରୁ ଖସି ୭୬,୩୩୦.୦୧ ପଏଣ୍ଟକୁ ଆସିଯାଇଛି। ପୂର୍ବରୁ ଏହା ୧୧ ଜୁନ୍ ୨୦୨୪ ରେ ୭୬,୪୫୬.୫୯ ପଏଣ୍ଟରେ ଥିଲା। ଏହା ସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ନିଫ୍ଟି ୩୪୫.୫୫ ପଏଣ୍ଟ ଅର୍ଥାତ ୧,୪୭% ହ୍ରାସ ପାଇ ୨୩,୦୮୫.୯୫ ପଏଣ୍ଟରେ ବନ୍ଦ ହୋଇଥିଲା।

ଆମେରିକାକୁ ଡୋନାଲ୍ଡୋ ଟ୍ରମ୍ପ ଫେରିବା ପରେ  ଅର୍ଥବ୍ୟବସ୍ଥା ଆଶାଠାରୁ ଭଲ ପ୍ରଦର୍ଶନ କରୁଛି। ଇକୋନୋମିରେ ଆସିଥିବା ଶକ୍ତି  ଭିତରେ ଆମେରିକାର ଫେଡେରାଲ ରିଜର୍ଭ ୨୦୨୫ ପାଇଁ ପ୍ରସ୍ତାବିତ ସୁଧ ହାରରେ କାଟ୍‌କୁ ପ୍ରତ୍ୟାହାର କରିଛି। ଟ୍ରମ୍ପଙ୍କ ନୀତି ଦ୍ବାରା ଆମେରିକା କମ୍ପାନୀ ଓ ଆମେରିକୀୟ ବଜାର ଭଲ ପ୍ରଦର୍ଶନର ଆଶା ରହିଛି। କର୍ପୋରେଟ୍‌ ଟ୍ୟାକ୍ସ କାଟ୍ ଓ ଟାରିଫ୍‌ରେ ବୃଦ୍ଧି ଡଲାରକୁ ମଜବୁତ କରିଛି। ଆମେରିକା ରାଷ୍ଟ୍ରପତି ଆସନରୁ ଟ୍ରମ୍ପ ବସିବାକୁ ଯାଉଥିବା ବେଳେ ଟାରିଫ୍‌ ବଢାଇବାର କଥା କହିଛନ୍ତି। ବହୁ ଦେଶ ସହ ବେପାର ଉପରେ ବ୍ୟାନ୍ ଲଗାଇବାର ଦାବି ବଢିବ, ଫଳରେ ଡଲାର ଆହୁରି ମଜବୁତ ହେବାର ଆଶା ରହିଛି। ବିଦେଶୀ ନିବେଶ ଭାରତୀୟ ବଜାରରୁ ବାହାରିବାର କାର୍ଯ୍ୟ ଜାରି ରହିଛି। ଏହି କାରଣରୁ ଭାରତୀୟ କରେନ୍ସି ଉପରେ ଚାପ ବଢିବାରେ ଲଗିଛି। କେବଳ ସେତିକି ନୁହେଁ ଅଶୋଧିତ ତୈଳ ବଢୁଥିବା ମୂଲ୍ୟ ଓ ଘରୋଇ ସେୟାର ବଜାର ହ୍ରାସ ଭାରତୀୟ କରେନ୍ସ ଉପରେ ନକାରାତ୍ମକ ପ୍ରଭାବ ପକାଇଛି।

ପିଭି ଅନଓ୍ବର ଛାଡିଲେ ବିଧାୟକ ପଦ, ଲଢିବେନି ଉପ-ନିର୍ବାଚନ: କହିଲେ-କଂଗ୍ରେସକୁ କରିବି ସମର୍ଥନ

ଭାରତୀୟ ଟଙ୍କା କ୍ରମାଗତ ଭାବରେ ଦୁର୍ବଳ ହେବାରେ ଲାଗିଛି। ଡଲାରର ବୃଦ୍ଧି ପାଉଥିବା ଶକ୍ତି ମଧ୍ୟରେ ଭାରତୀୟ ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସୋମବାର ଭାରତୀୟ କରେନ୍ସିର ଦୁର୍ଦ୍ଦଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ପ୍ରାରମ୍ଭିକ କାରବାରରେ ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇ ୮୬ ଉପରେ ଚାଲିଯାଇଥିଲା। ଭାରତୀୟ କରେନ୍ସି ହ୍ରାସ ପାଇବାର ସବୁଠାରୁ ବଡ କାରଣ ହେଉଛି ଡଲାର ଶକ୍ତଶାଳୀ ହେବାରେ ଲାଗିଛି। ଏହି ତଳମୁହାଁ ଟ୍ରେଣ୍ଡ କାରଣରୁ ପ୍ରାୟତ ସମସ୍ତ ନିବେଶକଙ୍କ ପୋର୍ଟଫୋଲିଓ ନେଗେଟିଭରେ ଚାଲୁଥିବା ଦେଖିବାକୁ ମିଳିଛି । ବିଶେଷକରି ଷ୍ଟକରେ ଟଙ୍କା ନିବେଶ କରିଥିବା ଲୋକମାନେ ଏବେ ଟଙ୍କା ହରାଇବାରେ ଲାଗିଛନ୍ତି ।