ଆଠଗଡ଼, ୦୮/୧୧: ଚୋରା ବାଇକ୍ ରାକେଟ୍ ଠାବ କଲା ପୋଲିସ । ଏହି ଘଟଣାରେ ୭ ଟି ଚୋରା ବାଇକ୍ ସହ ଜଣେ ଗିରଫ ହୋଇଛି । ଗିରଫ ହୋଇଥିବା ଯୁବକ ଜଣକ ନୟାଗଡ଼ ଜିଲ୍ଲା ମଧ୍ୟାକାଛ ଗାଁର ୨୬ ବର୍ଷୀୟ ରିତେଶ ପ୍ରଧାନ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ରେ ଏଭଳି ଘଟଣା ଘିଟିଛି ।
ସୂଚନା ମୁତାବକ, ଲିଙ୍ଗାପଦା ଗ୍ରାମର ନିରାକାର ସାହୁଙ୍କ ଘର ବାରଣ୍ଡାରେ ରଖିଥିବା ତାଙ୍କ ବାଇକ୍ଟି ଚୋରୀ ହୋଇଥିଲା । ଏନେଇ ସେ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଚଦନ୍ତ କରି ଏହି ଚୋରୀ ରାକେଟର ପର୍ଦ୍ଦାଫାଶ କରିଥିଲା ପୋଲିସ । କଟକ ସଦର ଏବଂ ଗୁରୁଡ଼ିଝାଟିଆ ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ ଚୋର । ଚୋରି କରି କଟକ ବିଡାନାସୀ ଅଞ୍ଚଳର ଏକ ଗ୍ୟରେଜରେ ଚୋରି ବାଇକ୍ ସବୁ ରଖି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା ଏହି ରାକେଟ୍ । ଚଦନ୍ତ ପରେ ଏହି ଘଟଣାରେ ଜଣେ ଯୁବକ ଗିରଫ ହୋଇଥିବା ବେଳେ ଦୁଇ ଜଣ ମାଷ୍ଟର ମାଇଣ୍ଡ ଚମ୍ପଟ ମାରିଥିଲେ । ଉକ୍ତ ୨ ଜଣଙ୍କୁ ଖୋଜୁଛି ପୋଲିସ । ଏନେଇ ଚୌଦ୍ଵାର ଏସଡିପିଓ ଉମାକାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି ।