ବଲାଙ୍ଗୀର, ୦୨/୦୬: ଦୁର୍ଗ-ପୁରୀ ଏକ୍ସପ୍ରେସକୁ ପଥର ମାଡ ହୋଇଛି । ଏଥିରେ ଜଣେ ଯାତ୍ରୀ ଆହତ ହେଇଛନ୍ତି । ଘଟଣା ପରେ ଆରପିଏଫ ତଦନ୍ତ ଚଳାଇଛି। ରବିବାର ଟ୍ରେନ୍ଟି ଡୁଙ୍ଗୁରିପାଲି ଷ୍ଟେସନ ଛାଡିବା ପରେ କେହି ଦୁର୍ବୃତ୍ତ ଟ୍ରେନ୍କୁ ପଥର ମାଡ କରିଥିଲା। ଏଥିରେ ଟ୍ରେନ୍ର ଏସ ୩ କୋଚ୍ର ଦୁଇଟି କାଚ ଭାଙ୍ଗିବା ସହ ଜେନେରାଲ କୋଚ୍ର ଜଣେ ଯାତ୍ରୀଙ୍କୁ ମଧ୍ୟ ପଥର ବାଜିଛି । ଫଳରେ ଯାତ୍ରୀ ଜଣକ ଆହତ ହୋଇଛନ୍ତି । ଖବର ପାଇ ଆରପିଏଫ ପହଞ୍ଚି ତଦନ୍ତ ଚଳାଇଛି।

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...