ରିଆମାଳ, ୨୨/୧୦: ରିଆମାଳ ବ୍ଲକ ବୁଢାପାଳ ତିଲେଇପସି ଟିକିରା ନଦୀରେ ପୁନଃ ସେତୁ ନିର୍ମାଣକୁ ନେଇ ରାସ୍ତା ଅବରୋଧ । ୬ରୁ୭ଟି ଗାଁର ୩୦୦ରୁ ଅଧିକ ଲୋକ ଦେବଗଡରୁ ଅନୁଗୁଳକୁ ସଂଯୋଗ କରୁଥିବା ୬୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ବୁଧବାର ସକାଳ ୭ଟାରୁ ବୁଢ଼ାପାଳ ସରପାଳ ଶନି ମନ୍ଦିର ସମ୍ମୁଖରେ ଲୋକେ ଧାରଣା ଦେଇଛନ୍ତି l
ଗତ ୦୯/୦୧/୨୫ ଠାରୁ ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୌଣସି କାରଣ ବଶତଃ ନିର୍ମାଣ କାର୍ଯ୍ୟ ୯ ମାସ ସ୍ଥଗିତ ହୋଇ ରହିଛି । ଫଳରେ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି l ଉକ୍ତ ଆନ୍ଦୋଳନଟି ନେକୁରି ବେହେରା, ବଂଶୀଧର ବେହେରା, ଲୋଚନ ପ୍ରଧାନ, ନିରାକାର ସାହୁ, ଦୀନବନ୍ଧୁ ମହାପାତ୍ର, ରସାନନ୍ଦ ବେହେରା ପ୍ରଭୁତିଙ୍କ ନେତୃତ୍ଵରେ ଆୟୋଜିତ ହୋଇଛି l