ନୂଆଦିଲ୍ଲୀ : ନାସାର ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏହି ସମୟରେ ଖୁବ୍ ଚର୍ଚ୍ଚାରେ। ଅନେକ ଦିନରୁ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଥିବା ସୁନୀତାଙ୍କର ସ୍ୱାସ୍ଥ୍ୟକୁ ନେଇ ଲୋକେ ଖୁବ୍ ଚିନ୍ତାରେ ଥିଲେ। ହେଲେ ଏବେ ସୁନୀତା ୱିଲିୟମ୍ସ ପୂରା ଜୋଶ୍ରେ ନଜର ଆସୁଛନ୍ତି ଏବଂ ନିଜ ସାଥିଙ୍କ ସହ ଖ୍ରୀଷ୍ଟମାସକୁ ଅପେକ୍ଷା କରୁଛନ୍ତି ଏବଂ ଏହି ଉତ୍ସବର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ନିକଟରେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଷ୍ଟେସନରେ ଜରୁରୀ ଜିନିଷ ଓ ବିଶେଷ ଉପହାର ସବୁ ଡେଲିଭରୀ ହୋଇଛି।
ନାସା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୁନୀତା ୱିଲିୟମ୍ସରଙ୍କର ଏକ ଫଟୋ ସେୟାର କରିଛି, ଯେଉଁଥିରେ ସେ ସାନ୍ତା କ୍ୟାପ୍ ପିନ୍ଧି ଥିବାର ନଜର ଆସିଛନ୍ତି। ନାସା ଦ୍ୱାରା ସେୟାର କରାଯାଇ ଥିବା ପୋଷ୍ଟରେ ଲେଖା ଯାଇଛି ,ଆଉ ଏକ ଦିନ , ଆଉ ଏକ ସ୍ଲେଜ୍ : ନାସାର ମହାକାଶ ଯାତ୍ରୀ ଡନ୍ ପେଟିଟ ଓ ସୁନୀତା ୱିଲିୟମ୍ସ ଆଇଏସଏସର କୋଲମ୍ୱସ ମଡ୍ୟୁଲରେ ହାମ୍ ରେଡିଓରେ ଛୁଟିର ଆନନ୍ଦ ନେଉଛନ୍ତି।
ଉଲ୍ଲେଖନୀୟ ଯେ, ମହାକାଶରେ ଖ୍ରୀଷ୍ଟମାସକୁ ସ୍ୱତନ୍ତ୍ର କରିବା ପାଇଁ ଟିମ୍ ପୃଥିବୀରୁ ପଠାଯାଇ ଥିବା ତାଜା ଖାଦ୍ୟର ଆନନ୍ଦ ନେବେ ଏବଂ ଛୁଟିର ଉତ୍ସବ ପାଳିବେ। ଏହାସହ ଖ୍ରୀଷ୍ଟମାସ ପୂର୍ବରୁ ସେ ନିଜ ପରିବାର ଓ ବନ୍ଧୁଙ୍କ ସହ ଭିଡ଼ିଓ କଲ୍ରେ କଥାବାର୍ତ୍ତା ହେବେ। କହି ରଖୁଛୁ କି, ସୁନୀତା ୱିଲିୟମ୍ସ ଓ ତାଙ୍କର ସାଥି ବୁଚ୍ ୱିଲମୋର ଗତ ୬ ମାସରୁ ଆଇଏସଏସରେ ଅଛନ୍ତି ଏବଂ ଫେବ୍ରୁଆରୀରେ ପୃଥିବୀକୁ ଫେରିବାକୁ ସ୍ଥିର ହୋଇଛି। ହେଲେ ତାଙ୍କର ମିଶନ ଜୁନ୍ରେ କେବଳ ୮ ଦିନ ପାଇଁ ଥିଲା, କିନ୍ତୁ ଟେକ୍ନିକାଲ ଖରାପ କାରଣରୁ ତାଙ୍କର ଫେରିବାରେ ବିଳମ୍ୱ ହୋଇଛି। ଗତ ମାସରେ ଏକ ଇଣ୍ଟରଭ୍ୟୁରେ ସୁନୀତା କହି ଥିଲେ, ତାଙ୍କ ପାଖରେ ଖାଦ୍ୟପେୟର ସାମଗ୍ରୀ ଯଥେଷ୍ଟ ପରିମାଣର ଅଛି।
Another day, another sleigh ⛄️❄️@NASA_Astronauts Don Pettit and Suni Williams pose for a fun holiday season portrait while speaking on a ham radio inside the @Space_Station's Columbus laboratory module. pic.twitter.com/C1PtjkUk7P
— NASA's Johnson Space Center (@NASA_Johnson) December 16, 2024
ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ମୁହଁ କିଛି ମାତ୍ରାରେ ପତଳା ନଜର ଆସୁଥିଲା। ଏହି ଫଟୋକୁ ଦେଖିବା ପରେ ଲୋକେ ଖୁବ୍ ଚିନ୍ତିତ ହୋଇ ପଡ଼ି ଥିଲେ ଏବଂ ସୋସିଆଲ ମିଡ଼ିଆରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରତିକ୍ରିୟା ଭାଇରାଲ ହୋଇଥିଲା।
ହେଲେ ସୁନୀତା ଏହି ସବୁ କଥାକୁ ଖାରଜ କରି କହିଥିଲେ କି, ଜିରୋ ଗ୍ରାଭିଟି କାରଣରୁ ଟ୍ରାନ୍ସଫର୍ମେସନ କାରଣରୁ ସେ ଏମିତି ଦେଖା ଯାଉଛନ୍ତି। ଉଲ୍ଲେଖନୀୟ ଯେ ପୃଥିବୀରେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ, ସୁନୀତା କିନ୍ତୁ ମହାକାଶରେ ସାନ୍ତା ସାଜି ନିଜ ଟିମ୍ ସହ ଖୁବ୍ ମଉଜ କରୁଛନ୍ତି।