ଧରାକୋଟ,୦୮/୦୬ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ   ଧରାକୋଟ ମଝି ସାହିରେ ନିଜ ଘରେ କଲେଜ ପଢ଼ୁଥିବା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି l ମୃତ ଛାତ୍ରୀ ଜଣଙ୍କ ହେଲେ   ସ୍ୱେତା ସ୍ବାଇଁ  ଓରଫ ଲିଜା (୧୯ ) l ସେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳାର ଛାତ୍ରୀ l  

ସୂଚନା ଅନୁସାରେ ଶନିବାର  ଘରେ   ବାପା ଆଉ ମାଆଙ୍କ ଭିତରେ କୌଣସି କାରଣକୁ ନେଇ   ବଚସା  ହୋଇଥିଲା l ଘରେ ଏଭଳି ବଡ଼ ପାଟିରେ ବଚସା ନକରିବାକୁ ଝିଅ ବାପା ଓ ମା’ ଙ୍କୁ ଅନୁରୋଧ କରିଥିଲା l ତାହା କଥା ନରଖି ଘରେ ଝଗଡା ଆହୁରି ବଢିଥିଲା l ଏହାକୁ ସହ୍ୟ ନ କରି  ଛାତ୍ରୀ ଜଣଙ୍କ ଭିତରକୁ ଯାଇ  ଘରର ଫ୍ୟାନ ଉପରେ ଚୁନି ଲଗେଇ ଝୁଲି ପଡ଼ିଥିଲେ l  ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକେ ତାକୁ  ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ  ମାଧ୍ୟମରେ ଆସିକା ମେଡ଼ିକାଲ କୁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l  ଖବର ପାଇ ଧରାକୋଟ   ପୋଲିସ ଆସିକା ମେଡିକାଲରେ  ପହଞ୍ଚି ମୃତ ଶବକୁ ଜବତ କରିବା ସହ ଥାନାରେ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରି  ଘଟଣାର ତଦନ୍ତ ଜାରି ରଖିଛି l