ଧରାକୋଟ,୦୮/୦୬ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ମଝି ସାହିରେ ନିଜ ଘରେ କଲେଜ ପଢ଼ୁଥିବା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି l ମୃତ ଛାତ୍ରୀ ଜଣଙ୍କ ହେଲେ ସ୍ୱେତା ସ୍ବାଇଁ ଓରଫ ଲିଜା (୧୯ ) l ସେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳାର ଛାତ୍ରୀ l
ସୂଚନା ଅନୁସାରେ ଶନିବାର ଘରେ ବାପା ଆଉ ମାଆଙ୍କ ଭିତରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ଘରେ ଏଭଳି ବଡ଼ ପାଟିରେ ବଚସା ନକରିବାକୁ ଝିଅ ବାପା ଓ ମା’ ଙ୍କୁ ଅନୁରୋଧ କରିଥିଲା l ତାହା କଥା ନରଖି ଘରେ ଝଗଡା ଆହୁରି ବଢିଥିଲା l ଏହାକୁ ସହ୍ୟ ନ କରି ଛାତ୍ରୀ ଜଣଙ୍କ ଭିତରକୁ ଯାଇ ଘରର ଫ୍ୟାନ ଉପରେ ଚୁନି ଲଗେଇ ଝୁଲି ପଡ଼ିଥିଲେ l ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକେ ତାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଆସିକା ମେଡ଼ିକାଲ କୁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ଖବର ପାଇ ଧରାକୋଟ ପୋଲିସ ଆସିକା ମେଡିକାଲରେ ପହଞ୍ଚି ମୃତ ଶବକୁ ଜବତ କରିବା ସହ ଥାନାରେ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଜାରି ରଖିଛି l