କଟକ,୧୭।୧୧ : କଟକ ବାଲିଯାତ୍ରାରେ ଅଘଟଣ । ସାଙ୍ଗ ମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିବା  ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି।  ମୃତ ଛାତ୍ର  ଜଣକ ଜଗତସିଂହପୁର  ଜିଲ୍ଲାର  ବିଶ୍ଵ ପ୍ରକାଶ ମହନ୍ତ । 

ଜଗତସିଂହପୁରର ବିଶ୍ଵ ପ୍ରକାଶ ମହନ୍ତ  ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ପୋଲିସ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। । ଅଘଟଣ ପରେ ସାଙ୍ଗମାନେ ଫେରାର  ହୋଇଯାଇଛନ୍ତି। ସେ ଚହଟା ନିକଟରେ ଥିବା ଏକ ଘରୋଇ ସ୍କୁଲରେ ରହି ପାଠ ପଡୁଥିଲେ ।