ନୂଆଦିଲ୍ଲୀ: ନିକଟରେ ଚୀନରେ ଏକ ବଡ଼ ହିଟ୍ ଆଣ୍ଡ ରନ୍ ମାମଲା ହୋଇଥିଲା, ଯେଉଁଥିରେ ୩୫ ଲୋକଙ୍କର ମୃତ୍ୟୁ ହୋଇଥିଲା। ୪୩ରୁ ଅଧିକ ଆହତ ହୋଇଥିଲେ। ଏବେ ପୁଣି ଏକ ଗଣହତ୍ୟାର ଖବର ସାମ୍ନାକୁ ଆସିଛି। ଜଣେ ୨୧ ବର୍ଷୀୟ ଯୁବକ ଛୁରି ଭୁସି ୮ ଜଣଙ୍କୁ ହତ୍ୟା କରିବା ସହିତ ୧୭ ଜଣ ତା’ର ଛୁରାମାଡ଼ରେ ଆହତ ହୋଇଛନ୍ତି। ଚୀନର ପୂର୍ବାଞ୍ଚଳ ସହର ଉକ୍ସିରେ ଏଭଳି ଘଟଣା ଘଟିଛି। ତେବେ ଘଟଣା ପଛର ପ୍ରକୃତ କାରଣ ଜାଣିଲେ ଆପଣ ବି ବିଷାକ୍ତ ସମାଜ ବିଷୟରେ ଭାବି ଚିନ୍ତାରେ ପଡ଼ିଯିବେ। ଶନିବାର ଚୀନ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି।
୮ ଜଣଙ୍କୁ ହତ୍ୟା କରିଥିବା ପିଲା ହେଉଛି ଧନ୍ଦାମୂଳକ ସ୍କୁଲ୍ରେ ପଢ଼ୁଥିବା ଜଣେ ଛାତ୍ର। ଶନିବାର(୧୬ ନଭେମ୍ବର) ସନ୍ଧ୍ୟା ପୂର୍ବ ଚାଇନାର ଜିଆଙ୍ଗସୁ ରାଜ୍ୟର ଉଜିଂ ସହରରେ ଥିବା ଉଜିଂ ବୈଷୟିକ ଓ ଧନ୍ଦାମୁଳକ ପ୍ରତିଷ୍ଠାନରେ ଏହି ଘଟଣା ଘଟିଛି। କଲେଜର ଜଣେ ପୁର୍ବତନ ଛାତ୍ର ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପୁଲିସ ଦେଇଥିବା ସୂଚନା ଅନୁସାରେ, ଛାତ୍ର ଜଣକ ଏହି ସ୍କୁଲରେ ପଢିବା ସହିତ ଚଳିତ ବର୍ଷ ଗ୍ରାଜୁଏସନ ପରୀକ୍ଷା ଦେଇଥିଲା। କିନ୍ତୁ ପରୀକ୍ଷାରେ ସେ ଫେଲ୍ ହୋଇଯାଇଥିଲା। ଫେଲ୍ ହେବା ପରେ ସେ ମାନସିକ ଭାରାସାମ୍ୟ ହରାଇ ରାଗରେ ସ୍କୁଲ୍କୁ ଫେରିଥିଲା। ଏହାପରେ ଆଖି ଆଗରେ ଯିଏ ପଡ଼ିଲା ତାକୁ ଛୁରା ମାଡ଼ କରିଥିଲେ। ସେ ନିଜକୁ ମଧ୍ୟ ଛୁରା ମାଡ଼ କରିଥିବା ପୁଲିସ କହିଛି। ଛୁରାମାଡ଼ରେ ଆହତ ହେବା କରଣରୁ ସେ ବର୍ତ୍ତମାନ କୋମାରେ ରହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁଲିସ ସୂଚନା ଦେଇଛି।