ଫିରିଙ୍ଗିଆ,୬/୧୨ : ଆନ୍ଧ୍ରପ୍ରଦେଶ ରେ କମାଲ ଦେଖାଇଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ I ନୃତ୍ୟ ପ୍ରଦର୍ଶନ କରି ଛାତ୍ରଛାତ୍ରୀମାନେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶା ତଥା କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି।
ତେବେ ଗତ ତିନି ତାରିଖ ଠାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ଠାରେ ଅନୁଷ୍ଠିତ ହୋଇଥିବା ନେସନାଲ ଲେଭେଲ କଲଚରାଲ ଫେଷ୍ଟ ଉଦ୍ଭବ କାର୍ଯ୍ୟକ୍ରମ ରେ ଭାଗ ନେଇ ଆଦିବାସୀ ପରମ୍ପରାକୁ ନେଇ ଏକ ନୃତ୍ୟ ପ୍ରଦର୍ଶନ କରିଥିଲେ I ଏହି ଛାତ୍ର ଛାତ୍ରୀ ମାନଙ୍କ ଚିତାକର୍ଷକ ନୃତ୍ୟ ପାଇଁ ଛାତ୍ର ଛାତ୍ରୀ ମାନେ ଏହି ଉତ୍ସବ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶା ତଥା କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି I ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଫେରିବା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା I ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲ ରୁ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଥିବା ବେଳେ ବିଦ୍ୟାଳୟ ର ଅଧକ୍ଷ ସାଇ ସ୍ୱରୂପ ପାତ୍ର ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି I