ପ୍ରମୂଖ ଖବର
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଛାତରେ ଫାଟ ନେଇ ଜଣାଇଥିଲେ ପିଲା ; ଅଣଦେଖା କରିଥିଲେ ଶିକ୍ଷକ, ଆଉ ତା ପରେ...

Published By : Ankita S | July 26, 2025 3:09 PM

ନୂଆଦିଲ୍ଲୀ,୨୬/୦୭: ରାଜସ୍ଥାନ ଝାଲାୱର ଜିଲ୍ଲାରେ ଏକ ସରକାରୀ ସ୍କୁଲ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ପ୍ରାୟ  ୭ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି । ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୨ ଜଣ ଛାତ୍ରଛାତ୍ରୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏ ଅଘଟଣ କେତେ ମା କୋଳ ଖାଲି କରି ଦେଇଛି । ଭବିଷ୍ୟତ ଗଢିବାକୁ ଯାଇଥିବା ଜୀବନ କଂକ୍ରିଟ୍‌ ତଳେ ଚାପି ହୋଇଯାଇଛି । ଅଘଟଣକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଛାତରେ ଫାଟ ନେଇ ପିଲାମାନେ ଶିକ୍ଷକଙ୍କୁ କହିଥିଲେ । ହେଲେ ଶିକ୍ଷକଙ୍କ ଅଣଦେଖାଇ ପାଇଁ  ନୀରିହ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ମନୋହର ଥାନା ଅଞ୍ଚଳରେ ଥିବା ପିପଲୋଦି ଉଚ୍ଚ ପ୍ରାଥମିକ ସ୍କୁଲରେ ଏହି ଅଘଟଣ ଘଟିଥିଲା । ଏହା ଦେଶକୁ ଏକ ଝଟକା ଦେଇଛି । ଛାତ୍ରଛାତ୍ରୀମାନ ସ୍କୁଲର ଏକ କ୍ଲାସରୁମ୍‌ରେ ବସିଥିବାବେଳେ ଜୋରଦାର ଧମାକା ସହ ସେହି କୋଠରୀର ଛାତର କିଛି ଅଂଶ ଭୁଶୁଡି଼ ପଡି଼ଥିଲା । ଏଥିସହ ଧ୍ୱଂସାବଶେଷ ତଳେ ଦବି ଯାଇଥିଲେ ୩୫ ଜଣ ଛାତ୍ରଛାତ୍ରୀ । ଗ୍ରାମବାସୀମାନେ ତତ୍କାଳ ଧ୍ୱଂସାବଶେଷ ତଳୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ୫ ଜଣ ପିଲାଙ୍କର ମୃତ୍ୟୁ ଘଟିସାରିଥିଲା । ଅନ୍ୟ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଅଘଟଣ ପରେ କିଛି ପିଲା କହିଛନ୍ତି, ''ଛାତରେ ଫାଟ ସହିତ ଖଣ୍ଡ ଖଣ୍ଡ ପଥର ଖସୁଥିବା ସାର୍‌ଙ୍କୁ କହିଥିଲୁ । ହେଲେ କେହି ଶୁଣିନଥିଲେ । ଛାତ ଭୁଶୁଡ଼ିବାର କିଛି ସମୟ ପୂର୍ବରୁ ବି ଶିକ୍ଷକଙ୍କୁ ଏ ନେଇ ଅବଗତ କରାଯାଇଥିଲା ହେଲେ କେହି ଶୁଣିନଥିଲେ । ପ୍ରାର୍ଥନା ପାଇଁ କ୍ଲାସରେ ବସିଥିଲୁ । ସାର୍‌ ମାନେ ଜଳଖିଆ ଖାଉଥିଲେ । ସେହି ସମୟରେ ଛାତରୁ ପଥର ଖସିଥିଲା । ଆମେ ସାର୍‌ଙ୍କୁ କହିଥିଲୁ ହେଲେ ସେ ଆମକୁ ଗାଳି ଦେଇ କ୍ଲାସରେ ବସିବାକୁ କହିଥିଲେ ।''

୫ ଶିକ୍ଷକ ନିଲମ୍ବିତ- ସ୍କୁଲଟି ଜର୍ଜର ଅବସ୍ଥାରେ ଥିବା ଓ ପୂର୍ବରୁ ସେଥିନେଇ ଅନେକ ଥର ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ହେଲେ କୌଣସି ପଦକ୍ଷେପ ନିଆଯାଇଥିଲା । ଜିଲ୍ଲାପାଳ ଅଜୟ ସିଂହ ରାଠୋର କହିଛନ୍ତି, ବିଗତ କିଛି ଦିନ ହେଲା ଜାରି ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଶିକ୍ଷା ବିଭାଗ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲୁଥିବା ସ୍କୁଲଗୁଡ଼ିକର ଛୁଟି ଲାଗି ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଏହି ସ୍କୁଲ ସେହି ତାଲିକାରେ ନଥିଲା । ଏପରିସ୍ଥଳେ ସ୍କୁଲ ବିଲ୍‌ଡିଂ ଭୁଶୁଡ଼ିବାର କାରଣ ସଂପର୍କରେ ତଦନ୍ତ କରାଯିବ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.