ପ୍ରମୂଖ ଖବର
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ବିଭାଜନକୁ ନେଇ ପାଠ ପଢିବେ ଛାତ୍ରଛାତ୍ରୀ; ନୂତନ ମଡ୍ୟୁଲ ସାମିଲ କଲା NCERT

Published By : Bijay Swain | August 15, 2025 7:46 PM

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ (NCERT) ଭାରତର ବିଭାଜନ ଉପରେ ଏକ ନୂତନ ଅଧ୍ୟୟନ ମଡ୍ୟୁଲ ପ୍ରସ୍ତୁତ କରିଛି। ଯାହା ଛାତ୍ରଛାତ୍ରୀଙ୍କୁ ଏହି ଐତିହାସିକ ଘଟଣାର ଗଭୀର ଅନୁଧ୍ୟାନ ପାଇଁ ସୁଯୋଗ ପ୍ରଦାନ କରିବ। ଏହି ମଡ୍ୟୁଲ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ୧୯୪୭ ମସିହାରେ ହୋଇଥିବା ଦେଶ ବିଭାଜନର ସାମାଜିକ, ରାଜନୈତିକ ଓ ମାନବୀୟ ଦିଗଗୁଡ଼ିକୁ ଗଭୀରଭାବେ ବିଶ୍ଲେଷଣ କରି ପ୍ରସ୍ତୁତ କରାଯାଇଛି ବୋଲି ବିଭାଗ ଦାବି କରିଛି।

ଏହି ମଡ୍ୟୁଲରେ ବିଭାଜନ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ସ୍ଥାନାନ୍ତରଣ, ସାମ୍ପ୍ରଦାୟିକ ହିଂସା ଏବଂ ଏହାର ଦୀର୍ଘକାଳୀନ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ସହିତ, ବିଭାଜନର କାରଣ, ବ୍ରିଟିଶ ଔପନିବେଶିକ ନୀତିର ଭୂମିକା ଏବଂ ଏହାର ପରିଣାମରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସୀମାରେଖା ଉପରେ ମଧ୍ୟ ଆଲୋଚନା କରାଯାଇଛି। 

ତେବେ ଏହି ମଡ୍ୟୁଲରେ ବିଭାଜନ ପାଇଁ ମହମ୍ମଦ ଅଲ୍ଲୀ ଜୀନା, କଂଗ୍ରେସ ଓ ଲର୍ଡ ମାଉଣ୍ଟବ୍ୟାଟେନଙ୍କର ହାତ ରହିଥିଲା ବୋଲି ତଥ୍ୟ ପ୍ରକାଶ କରାଯାଇଛି। ବିଭାଜନ ପାଇଁ ଜୀନା ଦାବି କରିଥିଲେ, କଂଗ୍ରେସ ଏହାକୁ ଗ୍ରହଣ କରିଥିଲା ଓ ମାଉଣ୍ଟବ୍ୟାଟେନ୍ ଏହାକୁ କାର୍ଯ୍ୟକାରୀ କରିଥିଲେ ବୋଲି ଏହି ମଡ୍ୟୁଲରେ ଉଲ୍ଲେଖ ରହିଛି। ଏହା ସହିତ ୧୯୪୭ ମସିହାରେ ଜୱାହାରଲାଲ ନେହରୁଙ୍କ ଦ୍ୱାରା ଦିଆଯାଇଥିବା ଏକ ଭାଷଣ ମଧ୍ୟ ରହିଛି। ଯେଉଁଥିରେ ସେ କହିଛନ୍ତି ଯେ “ଆମେ ଆସି ଏମିତି ଏକ ସ୍ଥାନରେ ପହଞ୍ଚିଛୁ, ଯେଉଁଠି ଆମକୁ ବିଭାଜନକୁ ଗ୍ରହଣ କରିବାକୁ ପଡିବ ନଚେତ୍ ହିଂସାର ସାମ୍ନା କରିବାକୁ ପଡିବ। ଏକତାର ମୂଲ୍ୟ ଯାହା ହେଉନା କାହିଁକି, ଗୃହଯୁଦ୍ଧର ମୂଲ୍ୟ ଅସୀମ ଭାବରେ ଅଧିକ ହେବ।””

NCERTର ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଏକ ସମୃଦ୍ଧ ଓ ବସ୍ତୁନିଷ୍ଠ ଇତିହାସ ସମ୍ୱଦ୍ଧରେ ଶିକ୍ଷା ପ୍ରଦାନ କରିବା। ଯାହା ସେମାନଙ୍କୁ ବିଭାଜନର ଜଟିଳତା ଏବଂ ଏହାର ସାମାଜିକ ପ୍ରଭାବକୁ ବୁଝିବାରେ ସାହାଯ୍ୟ କରିବ। ଏହି ମଡ୍ୟୁଲଟି ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଏବଂ ଶିକ୍ଷକମାନଙ୍କୁ ଏହାକୁ ପାଠଦାନ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। 

ଏହି ମଡ୍ୟୁଲର ପ୍ରଥମ ଖଣ୍ଡ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛୁଆଙ୍କ ପାଇଁ ଡିଜାଇନ କରାଯାଇଥିବା ବେଳେ ଆଉ ଏକ ଖଣ୍ଡ  ନବମରୁ ଦ୍ୱାଦଶ ଶ୍ରେଣୀ ଛୁଆ ମାନଙ୍କ ନିମନ୍ତେ ଡିଜାଇନ କରାଯାଇଛି। ଏହି ଉଦ୍ୟମ ଭାରତର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ନୂତନ ପିଢ଼ିଙ୍କ ମଧ୍ୟରେ ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.