ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ସୁଭଦ୍ରା’ ଯୋଜନାରେ ଆଜି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା, କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା

Published By : Prameya | March 6, 2025 8:56 AM

ଭୁବନେଶ୍ୱର, ୦୬/୦୩: ଆଜି ‘ସୁଭଦ୍ରା’ ଯୋଜନାରେ ଆସିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ପଞ୍ଚମ ପର୍ଯ୍ୟାୟକୁ ମିଶାଇ ସୁଭଦ୍ରା ଯୋଜନାରେ କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା। ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିବେ ।  

ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଅନ୍ୟପଟେ ମାର୍ଚ୍ଚ ୩୧ ତାରିଖ ଯାଏଁ ‘ସୁଭଦ୍ରା’ ଆବେଦନ ପ୍ରକ୍ରିୟା ଚାଲିବ । ବାଦ୍‌ ପଡିବେନି ସୁଭଦ୍ରା ଯୋଜନାର କେହି ଯୋଗ୍ୟ  ହିତାଧିକାରୀ। ବଞ୍ଚିତ ହିତାଧିକାରୀମାନଙ୍କୁ ଖୋଜି ବାହାର କରାଯିବ । ଏଥିଲାଗି ଡୋର୍‌  ଟୁ ଡୋର୍‌ ସର୍ଭେ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।  ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା ।  ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଅନେକ  ମହିଳାଙ୍କୁ ଆବେଦନ କରିବାରେ ସମସ୍ୟା ହେବା ଖବର ସାମ୍ନାକୁ ଆସିବା ପରେ  ଏଭଳି ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ୩୧ ଯାଏ ଆବେଦନ ପ୍ରକ୍ରିୟା ବନ୍ଦ କରି ସର୍ଭେ କରାଯିବ । ଏବେ ସରକାରୀ ଅଧିକାରୀମାନେ ପହଞ୍ଚିବେ ଆପଣଙ୍କ ଘରେ।  ଆଉ ବାଦ୍‌ ପଡିଥିବା ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ।  

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ  କରିଛନ୍ତି । ସେଥିରୁ ୫ଟି ପର୍ଯ୍ୟାୟରେ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ  କିସ୍ତି ଦିଆଯିବ । ଗୁରୁବାର କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ସଂଖ୍ୟା ।  କ୍ଷେତ୍ର ଯାଞ୍ଚ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ସମସ୍ତଙ୍କୁ ୩ଟି କିସ୍ତି ମିଳିବ । ଯେଉଁମାନେ ଯୋଗ୍ୟ ସେମାନେ ଏକାସହ ୩ଟି କିସ୍ତି ଟଙ୍କା ପାଇବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.