ଭୁବନେଶ୍ଵର,୪/୯ : ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼ ଆରମ୍ଭ କଟିଥିବା ହିତାଧିକାରୀଙ୍କୁ ସାମିଲ୍ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା ପ୍ରକାଶ ପାଇଛି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ନେଇ ଚିଠି ଦିଆଯାଇଛି

ସୂଚନା ଅନୁଯାୟୀ, ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ଲେଖା ହୋଇଛି ଏହା ସହ ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତଥ୍ୟ ମିଳିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯିବ

ସୂଚନାଯୋଗ୍ୟ ଯେ, ସୁଭଦ୍ରା ଯୋଜନାରେ ରାଜ୍ୟର ପାଖାପାଖି ଏକ କୋଟି ମହିଳା ହିତାଧିକାରୀ ତୃତୀୟ କିସ୍ତିର ଟଙ୍କା ପାଇଛନ୍ତି ତେବେ ତୃତୀୟ କିସ୍ତି ସମୟରେ ବି ଅନେକ  ହିତାଧିକାରୀ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଥିଲା ଏପରିକି ଯେଉଁମାନେ ପ୍ରଥମ ଦୁଇଟି କିସ୍ତିର ଟଙ୍କା ପାଇଛନ୍ତି ସେମାନଙ୍କ ମଧ୍ୟରୁ ତୃତୀୟ କିସ୍ତିରେ ସୁଭଦ୍ରା ଟଙ୍କା ପାଇ ନ ଥିଲେ ଏ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୁହାଯାଇଥିଲା ଯେ, ମଣ୍ଡିରେ ଧାନ ବିକ୍ରି କରୁଥିବା କିଛି ହିତାଧିକାରୀ ବାଦ୍ ପଡ଼ିଛନ୍ତି ତେବେ ଏବେ ସରକାରଙ୍କ ପକ୍ଷରୁ ପୁଣି ଥରେ ସମୀକ୍ଷା କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ୍ କରାଯିବ।