ମୁମ୍ବାଇ,୨୬/୪ : ବଲିଉଡ଼ର କ୍ଲାସିକ ଫିଲ୍ମରୁ ଗୋଟିଏ ‘ତାଲ’ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛି । ଏହି ଫିଲ୍ମ ନିଜ ସମୟରେ ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ କରିଥିଲା । ଏବେ ଏହାର ସିକ୍ବେଲ ‘ତାଲ ୨’କୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲୋକପ୍ରିୟ ଫିଲ୍ମ ନିର୍ମାତା ସୁଭାଷ ଘାଇ ନିକଟରେ ଏକ ଏଭଳି ଅପଡେଟ୍ ଦେଇଛନ୍ତି ଯାହା ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢାଇ ଦେଇଛି ।

ଦୁଇ ଦିନ ପୂର୍ବରୁ ସୁଭାଷ ଘାଇ ଇନଷ୍ଟାଗ୍ରାମରେ ‘ତାଲ’ର ଅକ୍ଷୟ ଖନ୍ନା ଏବଂ ଅନିଲ କପୁରଙ୍କ ଫଟୋ ସେୟାର କରିଛନ୍ତି। ଏହାସହ ପ୍ରଶ୍ନ ପଚାରି ଲେଖିଛନ୍ତି କି "ଶାନ୍ତି ନା ଆବେଗ ? ପ୍ରାକୃତିକ ନା କୃତ୍ରିମ ? ଆନ୍ତରିକ ସତ୍ୟ ନା ବାହ୍ୟ ଅଭିନୟ ? ଏହା 'ତାଲ'ର କାହାଣୀ ଅଟେ, ଏକ ଏଭଳି ଫିଲ୍ମ ଯାହାକୁ ନିର୍ମାଣ କରିବାର ସାହସ ମୁଁ କରିଥିଲି । ଏଥିରେ ନାଁ କୌଣସି ଭିଲେନ ଥିଲେ ଏବଂ ନାଁ କୌଣସି ହିଂସା ଥିଲା । କ’ଣ ଆଜି ବି ଜେନ୍-ଜି ଏବଂ ଆଲଫାଙ୍କୁ କ'ଣ ଏହି କାହାଣୀ ଏବେ ବି ପସନ୍ଦ ଆସୁଛି ? ଏବଂ ଏହା ଆଜି ମଧ୍ୟ ସ୍ମରଣୀୟ ହୋଇପାରେ କି ? ଆମେ ଆଜି 'ତାଲ ୨' ତିଆରି କରିପାରିବା କି ? ଏହା ମୋ ମନରେ ପ୍ରଶ୍ନ " ।

ଏକ ସାକ୍ଷାତକାରରେ ସୁଭାଷ ଘାଇ କହିଥିଲେ କି, ମୁଁ ଯେଉଁ ପୋଷ୍ଟ ସେୟାର କରିଥିଲି ସେହି ପ୍ରଶ୍ନର ଉତ୍ତର ଦର୍ଶକ ହିଁ ଦେବେ । ଗତ ୧୫ବର୍ଷରୁ ସମସ୍ତେ ମୋତେ ପଚାରୁଛନ୍ତି କି ଆପଣ ‘ତାଲ’ କେବେ ନିର୍ମାଣ କରିବେ ? ଆଜିର ଜେନ-ଜି ବି ମୋତେ କହୁଛନ୍ତି କି ‘ତାଲ’ ପୁଣି ଥରେ ନିର୍ମାଣ କରନ୍ତୁ । ଆମେ ଏହାର ସ୍କ୍ରିଫ୍ଟ ପୂରା କରି ନେଇଛୁ । କିନ୍ତୁ ଏହାକୁ ନିର୍ମାଣ କରିବା ଲାଗି ପବିତ୍ରତା ବହୁତ ଜରୁରୀ ଅଟେ । ଯେତେବେଳେ ତାଲ୍ ହୋଇଥିଲା ସେତେବେଳେ ଅକ୍ଷୟ ଖନ୍ନା ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଇଣ୍ଡଷ୍ଟ୍ରି ନୂଆ କଳାକାର ଥିଲେ । ସେହିଭଳି ଅନୀଲ କପୁରଙ୍କୁ ଫିଲ୍ମରେ ଷ୍ଟାର୍ ଭାବେ ଦେଖାଯାଇଥିଲା । ଏକ ଭଲ ସ୍କ୍ରିଫ୍ଟ ଏବଂ ଭଲ କାଷ୍ଟିଂ ବହୁତ ଜରୁରୀ ଅଟେ ।