ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ

Published By : Harapriya Sethi | October 3, 2024 2:24 PM

ଛତ୍ରପୁର,୦୩/୧୦: ଗଞ୍ଜାମ ଏସପି ଭାବେ ଆଇପିଏସ ଶୁଭେନ୍ଦୁ ପାତ୍ର ଗୁରୁବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚ୍‌ର ହୋଇଥିବା ବେଳେ ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ । ଗଞ୍ଜାମ ଜିଲ୍ଲାରେ ବାର୍ଷିକ ଅପରାଧ ସଂଖ୍ୟା ୧୭ ହାଜର । ଯାହାକି ରାଜ୍ୟର ଅପରାଧ ସଂଖ୍ୟାର ୮ପ୍ରତିଶତ । ତେଣୁ ଏହି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀକୁ ଦୃଢ଼ ହସ୍ତରେ ଦମନ କରାଯିବା ପାଇଁ ଚେଷ୍ଟା କରିବେ ବୋଲି ଶୁଭେନ୍ଦୁ ପାତ୍ର କହିଥିଲେ । ଅପରାଧ ହେବା ପୂର୍ବରୁ ଏହାକୁ ନିୟନ୍ତ୍ରଣକୁ କିପରି ଅଣାଯିବ ସେ ସମ୍ପର୍କରେ ଗୁରୁତ୍ୱ ଦିଆଯିବ ବୋଲି ଏସପି କହିଥିଲେ । 

ଜିଲ୍ଲାରେ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କୁ ନେଇ ଆଲୋଚନା କରାଯାଇ ରଣନୀତି କରାଯିବ । ବେଆଇନ ମଦ ଓ ମାଦକଦ୍ରବ୍ୟ କଡା କଡ଼ି ଧରାଯିବ ବୋଲି କହିଥିଲେ । ତାଙ୍କୁ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଓ ପୋଲିସ ବିଭାଗକୁ କୃତଜ୍ଞତା ଜଣାଇଥିଲେ ଏସପି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ନକ୍ସଲ ମୁକ୍ତ । ଯଦି ସେଭଳି ସମୟ ଆସେ ତେବେ ମୁକାବିଲା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏସପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିବା ବେଳେ ସଶସ୍ତ୍ର ପୁଲିସ ଗାର୍ଡଅଫ ଅନର ଦେଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.