ରାଉରକେଲା,୧୧/୧୦: ରାଉରକେଲା ସ୍ଥିତ ସୁରକ୍ଷିତ ଆଶ୍ରୟ ସ୍ଥଳରେ ଶନିବାର ଜଣେ ଅନ୍ତେବାସୀ ହାର୍ପିକ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅନ୍ତେବାସୀ ଜଣଙ୍କ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଏକ ବଳାତ୍କାର ମାମଲାରେ ଅନ୍ତେବାସୀ ଜଣକ ଗତ ୧ତାରିଖରେ ରାଉରକେଲା ସ୍ଥିତ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଆସିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଆସିବା ପରେ ସେଠାରେ ପୂର୍ବରୁ ଥିବା ଅନ୍ତେବାସୀମାନେ ତାଙ୍କୁ ମାଡ଼ ମାରିବା ସହ ଟଙ୍କା ଦାବି କରିଥିଲେ। ସେ ଭୟଭୀତ ହୋଇ ମିଛ କହି ଘର ଲୋକଙ୍କ ଠାରୁ ୩,୫୦୦ଟଙ୍କା ସେମାନଙ୍କୁ ଦେଇଥିଲେ। କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଶୁକ୍ରବାର ରାତିରେ ପୁଣିଥରେ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଶନିବାର ସକାଳେ ସେ ପାଇଖାନାରେ ଥିବା ହାର୍ପିକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଶ୍ରୟ ସ୍ଥଳର କର୍ମଚାରୀମାନେ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଆଣିଥିଲେ। ସେଠାରେ ଏବେ ତାଙ୍କ ଚିକିତ୍ସା ଚାଲିଛି ।