ଭୁବନେଶ୍ବର,୧୨/୦୮: ରାଜଧାନୀରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଏହି ଘଟଣା ଘଟିଛି । ଯୁବକ ଜଣଙ୍କ ଆତ୍ମାହୁତି ଉଦ୍ୟମ କରି ୧୫% ପୋଡ଼ିଯାଇଛନ୍ତି। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ତେବେ ପୋଡ଼ି ଆହତ ହୋଇଥିବା ଯୁବକଙ୍କ ଘର ଯାଜପୁର ବିଂଝାରପୁରରେ ବୋଲି ଜଣାପଡ଼ିଛି। ଯୁବକ ଜଣକ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ପାରିବାରିକ ବିବାଦ ପାଇଁ ଏପରି କରିଥିବା ସୂଚନା ମିଳିଛି।