ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ରାଜଧାନୀରେ ଆତ୍ମହତ୍ୟା ସ୍ଥିତି ଉଦ୍‌ବେଗଜନକ, ୬ମାସରେ ଗଲାଣି ୧୭୮ଜଣଙ୍କ ଜୀବନ

Published By : Rasmita Pradhan | August 20, 2025 11:09 AM

image source : WPSD Local 6

ଭୁବନେଶ୍ୱର, ୨୦/୦୮ : ରାତି ପାହିଲେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି । କିଏ ବିଷ ଖାଇ ଦେଉଛି ତ ପୁଣି କିଏ ଫାଶି ଦେଇ ଜୀବନ ହାରୁଛି । କମିସନରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି ଗତ ୬ ମାସ ଭିତରେ ଭୁବନେଶ୍ୱର ୟୁପିଡିରେ ୧୭୮ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିରୁ ୯୫% ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ହେଲେ ଆତ୍ମହତ୍ୟା ପଛରେ କ’ଣ କାରଣ ସେ ବିଷୟରେ ପୁଲିସ୍‌ କିଛି ଜାଣି ପାରୁନି । ବିଗତ ଦିନରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଆଗଧାଡ଼ିର କଳାକାର, ଛାତ୍ରଛାତ୍ରୀ, ବ୍ୟବସାୟୀ, ମଡେଲ୍‌, ଇଂଜିନିୟର, ଶ୍ରମିକ, ଆତ୍ମହତ୍ୟା କରିଛନ୍ତି । 

ଆତ୍ମହତ୍ୟା ପରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ କିଏ ପ୍ରେମ ପାଇଁ ତ କିଏ ଆର୍ଥିକ ସମସ୍ୟା ନେଇ, ପୁଣି କିଏ ଅପବାଦ ଭୟରେ, ପାରିବାରିକ କଳହ, ମାନସିକ ଚାପରେ ଆତ୍ମହତ୍ୟା କରନ୍ତି । ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଏକାଧିକ କାରଣ ବାହାରେ । ଯଦି କୌଣସି ଘଟଣାକୁ ନେଇ ରାଜନୀତି ହୁଏ କିମ୍ବା ଗଣମାଧ୍ୟମରେ ଅଧିକ ସମୟ ଧରି ଖବର ପ୍ରସାରଣ ହୁଏ ତା’ହେଲେ ପୁଲିସ୍‌ ଠିକ୍‌ ଭାବେ ତଦନ୍ତ କରି ଆତ୍ମହତ୍ୟା କରଣ ଖୋଜିବାକୁ ଚେଷ୍ଟା କରେ । ବାକି ମାମଲା ଫାଇଲ୍‌ ତଳେ ଚାପି ହୋଇ ରହିଯାଏ । ସବୁ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ଭିସେରା ରାଜ୍ୟ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଏ । ହେଲେ ରିପୋର୍ଟ ନେବାକୁ ପୁଲିସ୍‌ କେବେ ଲ୍ୟାବ୍‌ ଦୁଆର ମୁହଁ ମାଡ଼େ ନାହିଁ । କାରଣ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ ଭିସେରା ଲ୍ୟାବ୍‌ରେ ପଡ଼ିଛି । 

କିଛିଦିନ ତଳେ ପଟିଆ ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ମିଳିଲା । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ପୁଲିସ୍‌ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ହେଲେ ଛାତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ କ’ଣ ସେ ବିଷୟରେ କିଛି ଟେର ପାଇଲା ନାହିଁ । ୨୦୨୩ରେ ବିଜେବି କଲେଜର ଜଣେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ୍‌ରୁ ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିଲା ନାହିଁ । ଭଗବାନପୁର ଓୟୋ ହୋଟଲରେ କ୍ରମାଗତ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାର ରହସ୍ୟ ଜଣାପଡ଼ିନି । ଗତ ୬ ମାସରେ ଆତ୍ମହତ୍ୟା କରିଥିବା ୧୭୮ ଜଣଙ୍କ ମଧ୍ୟରୁ ୯୫ ଜଣ ପୁରୁଷ ଅଛନ୍ତି ଓ ବାକି ମହିଳା । ଆତ୍ମହତ୍ୟା ରୋକିବା ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଅନେକ ସଚେତନା କାର୍ଯ୍ୟକ୍ରମ କରାଯାଉଛି ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.