ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ଶିରୋମଣି ଅକାଳୀ ଦଳରେ ବିବାଦ,ଅଧ୍ୟକ୍ଷ ପଦରୁ ସୁଖବୀର ସିଂହ ବାଦଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬।୧୧: ଶିରୋମଣି ଅକାଳୀ ଦଳରେ ଦୀର୍ଘ ସମୟ ଧରି ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଏବେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପାର୍ଟି ମୁଖ୍ୟ ସୁଖବୀର ସିଂହ ବାଦଲ। ସେ ନିଜର ଇସ୍ତଫା ପତ୍ର ଦଳୀୟ କାର୍ଯ୍ୟକାରିଣୀ କମିଟିକୁ ପ୍ରଦାନ କରିଛନ୍ତି। ବାଦଲ ନିଜ ନେତୃତ୍ବ ସମୟରେ ମିଳିଥିବା ସମର୍ଥନ ପାଇଁ ପାର୍ଟି ନେତା ଓ କର୍ମୀଙ୍କୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି।

ସୁଖବୀର ସିଂହ ବାଦଲଙ୍କ ନେତୃତ୍ବକୁ ନେଇ ଦୀର୍ଘ ସମୟ ଧରି ଅସନ୍ତୋଷ ଦେଖିବାକୁ ମିଳିଥିଲା। ବହୁ ଦଳର ନେତାମାନେ ଅଭିଯୋଗ କରିଥିଲେ ଯେ, ତାଙ୍କ ନେତୃତ୍ବରେ ପାର୍ଟି ନିଜର ମୂଳ ଉଦ୍ଦେଶ୍ୟକୁ ଭୁଲି ଯାଇଛି। ଅକାଳ ତଖତ ସାହିବରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ଜ୍ଞାନୀ ରଘୁବୀର ସିଂହ ଶିରୋମଣି ଅକାଳୀ ଦଳର ଦୁର୍ବଳ ହେଉଥିବା ସଂଗଠନ ଓ ଏହାର ଉଦ୍ଦେଶ୍ୟକୁ ଭୁଲି ଯାଇଥିବା ନେଇ ପ୍ରଶ୍ନ ଉଠାଇଥିଲେ।

ଦଳର ବରିଷ୍ଠ ନେତା ଓ ପୂର୍ବତନ ସାଂସଦ ପ୍ରେମ ସିଂହ ଚନ୍ଦୁମାଜରା କହିଛନ୍ତି, ପଞ୍ଜାବର ସ୍ଥିତି ଖରାପ ରହିଛି। ଆମର ଯୁବକପୀଢି ଜେଲ୍‌ରେ ଅଛନ୍ତି, କୃଷି ସଙ୍କଟଜନକ ସ୍ଥିତି ଓ ଚଣ୍ଡୀଗଡର ଭାଗ ହରିୟାଣାକୁ ଦିଆଯାଉଛି। ଦଳକୁ ମଜବୁତ କରିବା ପାଇଁ ଏହି ପରିବର୍ତ୍ତନ ଜରୁରୀ। ସୁଖବୀର ବାଦଲଙ୍କ ଇସ୍ତଫା ପରେ ଏବେ ଶିରୋମଣି ଅକାଳୀ ଦଳକୁ ନିଜର ହରାଇଥିବା ଶକ୍ତି ପାଇବାର ସୁଯୋଗ ମିଳିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.