ଦଶମନ୍ତପୁର, ୧୮/୧୨ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକୁମା ହାଁସଦା। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଅଧିକାରିଣୀ। ଜୟପୁର ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି। 

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପୋଡ଼ାଗଡ ପଞ୍ଚାୟତ ଅଧିନସ୍ଥ ଛଟାଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। ହେଲେ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ। ଫଳରେ ଯୁବତୀ ଜଣଙ୍କ ଦଶମନ୍ତପୁର ଥାନାର ଦ୍ଵାରସ୍ଥ ହୋଇଥିଲେ। ହେଲେ ଥାନା ଅଧିକାରିଣୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତ୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ଆଜି ୧୦ଟା ବେଳେ ଆଇଆଇସି ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଆଇଆଇସିଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଏନେଇ ଅଧିକ ତଦନ୍ତ କରୁଛି।  

ଏହି ଖବରଟିକୁ ପଢନ୍ତୁ- TPCODL ଅଫିସ୍ ଆଗରେ ବିଜେଡିର ବିକ୍ଷୋଭ, ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବି