ଭୁବନେଶ୍ୱର,୦୭/୧୨: ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ସମ୍‌ ହସ୍ପିଟାଲ୍‌ରେ  ହାଇ-ଗ୍ରେଡ୍‌ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ମସ୍ତିଷ୍କରେ ସୃଷ୍ଟି ହେଉଥିବା  କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ ଯାହାର ଚିକିତ୍ସା ଜଟିଳ  ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ । ସେହି ଚିକିତ୍ସା ଏବେ ଶୀତଳାପଲ୍ଲୀ ସ୍ଥିତ  ସମ୍‌ ହସ୍ପିଟାଲ୍‌ରେ ଉପଲବ୍ଧ ବୋଲି ହସ୍ପିଟାଲ୍‌ ନିର୍ଦ୍ଦେଶକ ଦେବପ୍ରସାଦ ଦାଶ  କହିଛନ୍ତି । 

ଡାକ୍ତର ଶ୍ରୀ ଦାଶ କହିଛନ୍ତି, ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍‌ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି ଦ୍ୱାରା ଅତ୍ୟାଧୁନିକ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ର ଖ୍ୟାତି ବଢ଼ୁଛି । ଆମେ  ଦକ୍ଷିଣ ଓଡ଼ିଶାର ଏହି ହସ୍ପିଟାଲ୍‌ରେ ବିଶ୍ୱସ୍ତରୀୟ ସ୍ନାୟୁ ଶଲ୍ୟ ଚିକିତ୍ସା ପ୍ରଦାନ  କରିବା ନେଇ ବଦ୍ଧପରିକର ଥିବା ବେଳେ ଲୋକମାନଙ୍କୁ ଏହାଦ୍ୱାରା ଆଉ ଚିକିତ୍ସା  ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ଅତ୍ୟାଧୁନିକ ଇମେଜିଂ ସିଷ୍ଟମ୍‌,  ଅସ୍ତ୍ରୋପଚାର କକ୍ଷ ଏବଂ ଡାକ୍ତର ଗୌଡ଼ଙ୍କ ନେତୃତ୍ୱରେ ନିପୁଣ ସ୍ନାୟୁଶଲ୍ୟ ଟିମ୍‌  ମାଧ୍ୟମରେ ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ ଆଗକୁ ଆହୁରି ଉନ୍ନତି  କରିବ । ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସହ ସମ୍ବେଦନଶୀଳ ସେବା  ଚିକିତ୍ସା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରୁଛି ବୋଲି ଡାକ୍ତର ଶ୍ରୀ ଦାଶ କହିଛନ୍ତି।